ଭଦ୍ରକ ଜିଲାରେ କରୋନା ପାଇଁ ବିପାକ ପ୍ରସ୍ତୁତି

54

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କରୋନା ପାଇଁ ଜିଲାପ୍ରଶାସନ ସଜାଗ ହୋଇଛି । ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦିଆଯାଇଚି । ପ୍ରାଥମିକ ଭାବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ବିଭିନ୍ନ ଉପାୟ ରେ ସଚେତନ କରାଯାଉଛି । ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ବନ୍ଦ କରାଯାଇଛି । ଜିଲ୍ଲାର ସମସ୍ତ ମଲ ଓ ସିନେମା ହଲକୁ ବନ୍ଦ କରାଯାଇଛି । ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ କରିଛି । ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କରୋନା ୱାର୍ଡ ଖୋଲାଯିବା ସହ ଜ୍ବର ଓ କାଶ ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ସେବା ଯୋଗାଇବାକୁ ଡାକ୍ତର ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ସଚେତନ କରାଯିବା ସହ ମାସ୍କ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।ପ୍ରଶାସନ ତରଫରୁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ଜଣେ ଡେପୁଟି ସେକ୍ରେଟାରୀ ପାହ୍ୟାର ଅଫିସର ଏହି ହେଲ୍ପ ଲାଇନ ର ଦାୟିତ୍ୱ ରେ ରହିବେ । ହେଲ୍ପ ଲାଇନ ନମ୍ବର ହେଉଛି 06784 251887 । Byte_ଜଗନ୍ନାଥ ପହି(ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟଅଧିକାରୀ) ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More