ଭଦ୍ରକରେ ନକଲି ଜର୍ଦା ଜବଦ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ପୁରୁଣା ବଜାର ପୋଲିସକୁ ବଡ ସଫଳତା । ପୁଣି ବିପୁଳ ପରିମାଣର ନକଲି ଜର୍ଦା ଜବତ । ପୁରୁଣା ବଜାର ଥାନା ଅଧିନସ୍ଥ ବଡ଼ ଶଙ୍କରପୁର ଠାରେ ଗୋଟିଏ ଘରେ ବେଆଇନ ଭାବେ ନକଲି ଜର୍ଦା ପ୍ରସ୍ତୁତ ହୋଇ ପ୍ୟାକିଙ୍ଗ କରାଯାଉଥିଲା । ଏହି ଖବର ପୁରୁଣା ବଜାର ଥାନା ଅଧିକାରୀ ଗଣେଶ ପ୍ରଧାନ ପାଇବା ପରେ ତୁରନ୍ତ ସେଠାରେ ପହଂଚି ଘର ଭିତରେ ଥିବା ବେଆଇନ ନକଲି ଜର୍ଦା ଓ ସେଥିରେ ଵେବହୃତ କେମିକାଲ ସାମଗ୍ରୀ ସବୁକୁ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ସେକ ସାହିଦି କାଡ୍ରି ନାମକ ଯୁବକକୁ ଗିରଫ କରାଯାଇଛି । ତେବେ ପୁରୁଣା ବଜାର ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ନକଲି ଜର୍ଦା ପ୍ରସ୍ତୁତ କରାଯାଉ ଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଭଦ୍ରକ ଏସପିଙ୍କ ନିର୍ଦେଶରେ ପୋଲିସ ଚଢ଼ାଉ ଜାରି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More