ବ୍ୟାଙ୍କ ସାମ୍ନାରୁ ବନ୍ଧୁକ ଦେଖାଇ ସାଢ଼େ ଚାରି ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

10

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଲୁଟେରାମାନେ ଦିନ ଦି ପ୍ରହରରେ ବ୍ୟାଙ୍କ ସମ୍ମୁଖରୁ ବନ୍ଧୁକ ଦେଖାଇ ଗ୍ରାହକଙ୍କଠାରୁ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ , କଟକ ଜିଲ୍ଲା ଟାଙ୍ଗୀ ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ ଛତିଆ ନିକଟସ୍ଥ ଏକ ପେଟ୍ରୋଲ ପମ୍ପର ୪ କର୍ମଚାରୀ ଦୁଇଟି ବାଇକରେ ଟଙ୍କା ନେଇ ଜମା କରିବାକୁ ଆସିଥିଲେ । ସେହି ସମୟରେ ୨ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ସେମାନଙ୍କ ନିକଟରେ ଥିବା ୪ଲକ୍ଷ ୫୫ହଜାର ୪୦୦ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇଁ ଟାଙ୍ଗୀ ପୋଲିସ ପହିଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More