କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଗତ ୨୮ତାରିଖ ସକାଳେ କେନ୍ଦ୍ରାପଡା ଟାଉନସ୍ଥିତ କାନରା ବ୍ୟାଙ୍କ ମ୍ୟାନେଞ୍ଜର ଅଖଣ୍ଡ କୁମାର ରଣାଙ୍କ ମୃତଦେହକୁ ଭଗବାନପୂରସ୍ଥିତ ଭଡାଘରୁ ପୁଲିସ ଉଧାର କରିବାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟିହୋଇଛି । ଅଖଣ୍ଡଙ୍କ ମୃତ ଦେହରେ ଏକାଧିକ କ୍ଷତସହ ରକ୍ତାକ୍ତ ଶରୀର ଦେଖି ଟାଉନ ଥାନା ପୁଲିସ ଅଡୁଆରେ ପଡିଛି । ପ୍ରାପ୍ତ ସୁଚନନୁଯାୟୀ ମୃତ ଅଖଣ୍ଡଙ୍କ ଘର ବଲାଙ୍ଗିର ସହରରେ । ସେ କାନରା ବ୍ୟାଙ୍କରେ ମ୍ୟାନେଞ୍ଜର ଭାବେ କାର୍ଯ୍ୟ କରୁଥିଲେ ଏବଂ ଭଗବାନପୂରସ୍ଥିତ ପଦ୍ମନାଭ କରଙ୍କ ଏକ ଘରେ ଭଡାସୂତ୍ରରେ ରହୁଥିଲେ । ଗତ ୨୫ତାରିଖ ସନ୍ଧ୍ୟାରେ ବ୍ୟାଙ୍କ କାମ ସାରି ସେ ଭଡାଘରକୁ ଫେରିଥିବାବେଳେ ୨୮ତାରିଖ ସୋମବାର ସକାଳେ ତାଙ୍କ ମୃତଶରୀର ଭଡାଘର ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ପୁଲିସର ପ୍ରାଥମିକ ତଦନ୍ତରେ ମୃତ ଦେହର ମୁହଁ ପୋଡି କଳାପୋଡିଥିବା କାରଣରୁ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରୁ ନାହ୍ନି । ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବାକୁ ବାକି ଥିବାବେଳେ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚା ଜୋରଧରିଛି । ଯଦି ଅଖଣ୍ଡ ଆତ୍ମହତ୍ୟା କଲେ ତେବେ କିପରି ଓ କଣ ପାଇଁ ? ମୃତ ଦେହରେ ପୋଡା ଜଳା ଦାଗ ଥିବାରୁ ଏହା ହତ୍ୟା କାଣ୍ଡ ହୋଇଥାଇପାରେ । ପୁଲିସ ପାଇଁ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅଧିକ ତଦନ୍ତ ନହେବାରୁ ପୁଲିସ ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।