ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତଗତ ବାଗଲପୁର ପଞ୍ଚାୟତ ନହରବାରି ଗ୍ରାମର ବ୍ରଜ କିଶୋର ମଲ୍ଲିକ୍ ପାଇଁ ସରକାରଙ୍କ ପକ୍କାଘର ଅପହଞ୍ଚ ହୋଇଛି । ୨ ବଖରା ଝାଟିମାଟି କାନ୍ଥ ଚାଳଛପର ଘରେ ନିଜର ସ୍ତ୍ରୀ,୨ ପୁଅ ଓ ୪ ନାତି ନାତୁଣୀଙ୍କୁ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଦିଘ ୪୦ ବର୍ଷ ହେବ ବସ ବାସ କରିଆସୁଛନ୍ତି। ଝଡ଼ ବଷା ବାତ୍ୟା ହୋଲେ ଏହି ବିପଦପୂର୍ଣ୍ଣ ଘର ଛାଡ଼ି ପଡ଼ିଶା ଘରେ ଆଶ୍ରୟ ନେଇଥାନ୍ତି। ଗତ ଫାନି ବାତ୍ୟାରେ ତାକର ୩ ବଖରା ଚଳଛପର ଘର ସଂପୂର୍ଣ୍ଣ ଭାଂଗିରୁଜି ଯାଇଛି। ଘର ଭଂଗା ସହାୟତା ବାବଦରେ ୩୨୦୦ ଟଙ୍କା ଫାନିର ବର୍ଷକ ପରେ ମିଳିଥିଲା। ପକ୍କାଘର ପାଇବା ପାଇଁ ୨୫ ବର୍ଷ ହେବ ପଞ୍ଚାୟତ ସରପଞ୍ଚ ନିର୍ବାହୀ ଅଧିକାରୀ ବିଡିଓଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟାକୁ ଖଣ୍ଡେ ପକ୍କାଘର ଯୋଗାଇ ଦିଆଯାଇନଥିବା ବ୍ରଜ କିଶୋର ଅଭିଯୋଗ କରିଛନ୍ତି। ଏହି ଗରିବ ପରିବାରକୁ ତୁରନ୍ତ ଏକ ପକ୍କାଘର ଯୋଗାଇ ଦେବା ପାଇଁ ନହରବାରୀ ଗ୍ରାମ ବାସୀ ଦାବି କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।