ବୋମା ମାଡ଼ କରି ଯୁବତୀ ଅପହରଣ ବ୍ୟର୍ଥ, ଫସିଲେ ୨ ଅଭିଯୁକ୍ତ

32

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଡେରିକି ପଂଚାୟତ ର ଗଙ୍ଗଦା ଗୋବରିକୁଳ ଗ୍ରାମରେ ବିଳମ୍ବିତ ରାତିରେ ୮ଜଣରୁ ଉର୍ଦ୍ଧ ଯୁବକ ଯୁବତୀଙ୍କ ଘର ଆଗରେ ବିଭିନ୍ନ ମାରଣାସ୍ତ୍ର ଧରି ବୋମା ମାଡ଼ କରି ଥିଲେ ।ଏପରିକି ନିଜ ବୋମାରେ ନିଜେ ଆହତ ହୋଇଥିବା ଘଟଣା ଚାଂଚଲ୍ୟ ସୃଷ୍ଟି ହୋଇଛି।ସୂଚନା ଅନୁସାରେ ଉକ୍ତ ଯୁବକ ମାନେ ଗୋବରିକୁଳ ଗ୍ରାମର ଜଣେ ଯୁବତୀଙ୍କ ଘର ସାମନାରେ ଯାଇ ବୋମା ମାଡ଼ କରିଥିଲେ।ଯାହାଫଳରେ ବୋମାର ପ୍ରଚଣ୍ଡ ଶବ୍ଦରେ ଗ୍ରାମବାସୀମାନେ ଘରୁ ବାହାରି ଦେଖିଲା ବେଳକୁ ଯୁବକ ମାନେ ବାରମ୍ବାର ଭୟଭୀତ କରୁଛନ୍ତି।ଗ୍ରାମର ଲୋକମାନେ ସାହସ ଜୁଟାଇ ଯୁବକ ମାନଙ୍କ ସହ ଧସ୍ତାଧସ୍ତି ହେବ ସମୟରେ ଅନ୍ୟ ଏକ ବୋମା ଗ୍ରାମବାସୀଙ୍କୁ ମାଡ଼ କରୁଥିବା ସମୟରେ ଯୁବକ ମାନଙ୍କ ହାତରେ ଫୁଟିଥିଲା।ତେବେ ଯୁବକ ମାନେ ଏକ କର ଯୋଗେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିଲେ।ବୋମା ମାଡ଼ ସମ୍ପର୍କରେ ଗ୍ରାମବାସୀ ତୁରନ୍ତ ନାଉଗାଁ ଥାନାକୁ ଖବର ଦେଇଥିଲେ।ନାଉଗାଁ ପୋଲିସ ଉକ୍ତ ଯୁବକ ମାନଙ୍କୁ ପିଛା କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ବୋମାରେ ହାତ ଖଣ୍ଡିଆ ହୋଇଥିବା ଯୁବକ ସମେତ ୨ଜଣକୁ କାବୁ କରିଥିଲେ।ଅନ୍ୟମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ।ପୋଲିସ ଉକ୍ତ ଯୁବକ ମାନଙ୍କ ଠାରୁ ଗୋଟିଏ ବାଇକ ଓ ଏକ ବନ୍ଧୁକ ଜବତ କରିଛି।ତେବେ ନାଉଗାଁ ପୋଲିସ ୩ଜଣକୁ ଅଟକ ରଖି ତଦନ୍ତ ଚଳାଇଥବା ଜଗତସିଂହପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରିୟବ୍ରତ ଶତପଥୀ ସୂଚନା ପ୍ରଦାନକରିଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More