ବେଆଇନ କରତ କଳ ଉପରେ ଚଢ଼ାଉ :ଲକ୍ଷାଧିକ ଟଙ୍କାର କାଠ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ

9

Get real time updates directly on you device, subscribe now.

ସମ୍ବଲପୁର ( ସଂଘର୍ଷ ମିଡିଆ ) : ବନ ଓ ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ ସମ୍ବଲପୁର ଠାରେ ଚାଲିଥିବା ଏକ ବେଆଇନ କରତ କଳରୁ ଲକ୍ଷାଧିକ ଟଙ୍କାର କାଠ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ ହୋଇଛି। ବିଭାଗ ତରଫରୁ ଜାରି ସୂଚନାନୁଯାୟୀ ମଙ୍ଗଳବାର ସକାଳ ସମୟରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ବନ ଓ ଭିଜିଲାନ୍ସ ବିଭାଗ ତରଫରୁ ମିଳିତ ଭାବରେ ସହରର କେନ୍ଦ୍ରସ୍ଥଳରେ ରହିଥିବା ଫାର୍ମ ରୋଡ ଅଞ୍ଚଳର ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୪୬ ସିଏଫଟିରୁ ଅଧିକ ବିଭିନ୍ନ କିସମର କାଠ ଜବତ କରାଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଏବଂ ବିଭିନ୍ନ ପ୍ରକାରର କରତ କଳର ଯନ୍ତ୍ରପାତି ଓ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାକୁ ମିଶାଇ ସମୁଦାୟ ୪ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More