ବିଳମ୍ବିତ ରାତିରେ କେନାଲକୁ ଖସିଲା କାର, ଚାଳକ ମୃତ

9

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) :କଟକ ଜିଲ୍ଲା ନେମାଳ ପଞ୍ଚାୟତ ମାଳି ଗାଁ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ଏକ କାର ଭାରସ୍ୟାମ ହରାଇ କେନାଲ ମଧ୍ୟ କୁ ଖସିପଡିବାରୁ କାର ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ରାତିରେ ଖବର ପାଇ ସ୍ଥାନୀୟ ଲୋକେ ଦମକଳ ବାହିନୀ କାର ଚାଳକକୁ ଉଦ୍ଧାର କରିଥିଲେ ହେଁ କାର ତାଙ୍କର ମୃତୁ ଘଟିଥିବା ଜଣାପଡିଛି। କାର ଚାଳକ ସ୍ଥାନୀୟ ମାଳି ଗାଁ ଗ୍ରାମର ସୌମ୍ୟ ରଞ୍ଜନ ସାହୁ ବୋଲି ଜଣାପଡିଛି । ମୃତ ଯୁବକଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି।ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖା ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More