ତିତ୍ତୋଲ ( ସଂଘର୍ଷ ମିଡିଆ ) : ତିତ୍ତୋଲ ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳଗୁଡିକ ଦଳୀୟ କନ୍ଦଳକୁ ସଜାଡ଼ି ବା ପାଈଁ ପ୍ରାଣ ପଣେ ଚେଷ୍ଟା ଜାରି ରହିଛି।ଗତକାଲି ରାଜ୍ୟ ସ୍ତରରେ ମନ୍ତ୍ରୀଙ୍କ ଘରେ ବୈଠକ ସାରି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିରିଡ ଗ୍ରସ୍ତରେ ଆସିଥିଲେ। ଦଳୀୟ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆସିଥିବା ମନ୍ତ୍ରୀ ଶ୍ରୀ ସାହୁ ବିଜେଡିର ୨ ଗୋଷ୍ଠୀର ନେତୃମଣ୍ଡଳିଙ୍କୁ ଅଲଗା ଅଲଗା ସ୍ଥାନରେ ଭେଟି ଦଳୀୟ କନ୍ଦଳକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ଯାହା ବ୍ଲକ ସ୍ତରୀୟ ଦଳୀୟ କର୍ମୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଗୋଷ୍ଟି ରହିଥିବା ଷ୍ପଷ୍ଟ ହେଉ ଯାଇଛି। ଛାମୁଆ କର୍ମୀମାନଙ୍କ ନାମ ଓ ମୋବାଇଲ ନମ୍ବର ସଂଗ୍ରହ କରିବା ସହ ବ୍ଲକରେ କେତେତି ଗ୍ରାମ ପଂଚାୟତ ଏବଂ କେଉଁ ଗ୍ରାମ ପଂଚାୟତ ରେ କେଉଁ ରାଜସ୍ୱ ଗ୍ରାମରହିଛି, ତାର ତାଲିକା ସହ କେଉଁ ଯୋନ ରେ କେଉଁ ପଂଚାୟତ ରହିଛି , ତାର ତାଲିକା ସଂଗ୍ରହ କରି ନେଇଥିଲେ। ପ୍ରଥମେ ବିରିଡ଼ି ବିଜୁ ଭବନରେ ପହଞ୍ଚି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନାରାୟଣ ଜେନାଙ୍କ ଗୋଷ୍ଟି ସହ ଆଲୋଚନା କରିଥିଲେ। ଏହି ଆଲୋଚନା ରେ ନୃସିଂହ କୁମାର ଦାସ ଜିଲ୍ଲା ପରିଷଦ ସଭ୍ୟ, ନେତ୍ରାନନ୍ଦ ପାତ୍ର ପ୍ରତାପ ବେହେର,କାଁହୁଚରଣ ବେହେରା ଅଜୟ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ଙ୍କ ସହ ବାଲିଆ ଠାରେ ଏକ ଘରେ ଆଲେଚନା କରିଥିଲେ। ବିମ୍ବାଧର ଦାସ୍ ,ବିଧାନ ଚନ୍ଦ୍ର ଜେନ ,ସବିତା ଦାସ୍,ଗୟାଧର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। ବିରିଡି ରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।