ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ୨୨ମୌଜା ମଇଁଦିପୁର-କମଳପୁର ଯୁବକସଂଘ ଆନୁକୂଲ୍ୟରେ ବିନୋଦ ମେମୋରିଆଲ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ବୈଦ୍ୟନାଥ କ୍ରିଡ଼ା ସଂସଦ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଦଘାଟନୀ ମ୍ୟାଚକୁ କବିରାଜ ବିଭୁତି ଭୂଷଣ ଦାଶ, ଉଦଘାଟନ କରିଥିଲେ। ଏରଥିରେ ୮ଟି ଫୁଟବଲ ଟିମ୍ ଭାଗନେଇଥିଲେ।ଫାଇନାଲରେ ପ୍ରତାପ ନଗରୀ ଟିମ୍ ଓ ଉଷୁମା ଫୁଟବଲ ଟିମଙ୍କୁ ଟାଇବ୍ରେକରରେ ୫-୪ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ମଇଁଦିପୁର -କମାଳପୁର ଯୁବକସଂଘ ଅଧ୍ୟକ୍ଷ ବିମ୍ବାଧର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବକ ସଂଘର ସଭାପତି ରାସବିହାରୀ ଦାସ୍ ଯୋଗଦେଇ ଚମ୍ପିୟାନ ଦଳ ପ୍ରତାପ ନଗରୀଙ୍କୁ ଟ୍ରଫି ସହ ୩ହଜାର ଓ ରନର୍ସଅପ ଦଳ ଉଷୁମାକୁ ଟ୍ରଫି ସହ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିରିଡି ବ୍ଲକ ପୂର୍ବତନ ସଭାପତି ବିଭୂଦତ୍ତ ସାହୁ ,ଯୁବକ ସଂଘର ଉପସଭାପତି ବିଶ୍ଵଜିତ ପଟ୍ଟନାୟକ, ସମ୍ପାଦକ ସୁବ୍ରତ ପଟ୍ଟନାୟକ, କ୍ରୀଡା ସମ୍ପାଦକ ସତ୍ୟ ପଟ୍ଟନାୟକ, ହେମନ୍ତ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ। ବିରିଡିରୁ ରାଖଲ ମଲ୍ଲିକ ରିପୋର୍ଟ ସଂଘର୍ଷ ମିଡିଆ ।