ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

19

Get real time updates directly on you device, subscribe now.

ମୟୂରଭଞ୍ଜ ( ସଂଘର୍ଷ ମିଡିଆ ) : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଅଘଟଣ।ବିଦ୍ୟୁତ ବିଭାଗର ଅସହଯୋଗ ପାଇଁ ଜଣେ ନୀରିହ ଲୋକର ଜୀବନ ଗଲା। ଏମିତି ଏକ ଘଟଣା ଆଜି ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଥରା ଗ୍ରାମରେ। ଖୁଣ୍ଟରେ ଚଢି ବି.ପି.ଏଲ ସଂଯୋଗ ସଜାଡୁଥିବା ସମୟରେ 11kv ତାର ଲାଗି ଘଟଣାସ୍ଥଳରେ ଜଣେ ରାଜମିସ୍ତ୍ରୀ ମୃତ । ମୃତକ ଜଣକ ହେଉଛନ୍ତି ଵୈଶିଙ୍ଗା ଥାନା ପଥରା ଗ୍ରାମର ବୈଦ୍ୟନାଥ ସରେନ(୪୦)। ପଡିଶା ଘରକୁ ହୋଇଥିବା ବି.ପି.ଏଲ ବିଦ୍ୟୁତ ସଂଯୋଗରେ ବିଭ୍ରାଟ ଯୋଗୁଁ ବାରମ୍ବାର ଅସୁବିଧା ହେଉଥିବାରୁ କରେଣ୍ଟ ଆସୁନଥିଲା।ହିତାଧିକାରୀଙ୍କ ପକ୍ଷରୁ ବିଦ୍ୟୁତ ଦେୟ ଦାଖଲ ହେଉଥିଲା। ଏ ପ୍ରକାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ସଜାଡ଼ିବା ତ ଦୂରର କଥା ଆସି ନ ଥିଲେ। ବିଭାଗର ବେଖାତିରରେ ଅସନ୍ତୁଷ୍ଟ ଵୈଦ୍ୟନାଥ ନିଜେ ବିଦ୍ୟୁତଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କୁ ସଜାଡୁଥିଲେ । ତେବେ ବି.ପି.ଏଲ ବିଦ୍ୟୁତଖୁଣ୍ଟ ଉପରେ 11kv ବିଦ୍ୟୁତ ତାର ଥିବାରୁ ,ସେହି ତାରରେ ଲାଗି ଵୈଦ୍ୟନାଥର ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ ଵୈଦ୍ୟନାଥକୁ ବେତନଟୀ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ତେବେ ଏହି ଅଭାବନୀୟ ଘଟଣା ବିଦ୍ୟୁତ ବିଭାଗର ଅସହଯୋଗ ଓ ବେପରୁଆ ମନୋଭାବରୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ।ଏ ସମ୍ପର୍କରେ ଦାୟିତ୍ବରେ ଥିବା ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କୁ ଦାୟିକରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯିବା ସହିତ ମୃତକର ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More