ଗଞ୍ଜାମ ( ସଂଘର୍ଷ ମିଡିଆ ) : ବାରାହା ପଡୁଥିବା ଫାଶରେ ମଣିଷ ମୃତ। ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ରମ୍ଭା ଥାନା ଅଧୀନରେ ଥିବା ଗଡ଼ ହୂମା ଗ୍ରାମରେ ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ଏକ ଛାତିଥରା ଘଟଣା ସାରା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି । ସୂଚନା ମୁତାବକ ଗତ କାଲି ପଡୋଶୀଙ୍କ ସହ ଲକ୍ଷଣ ଓ ଭାଇ ରାଜୁ ପାଟି ତୁଣ୍ଡ କରି ଝଗଡ଼ା କରିଥିଲେ । ଏଇ ନେଇ ପଡୋଶୀ ଦୁଇ ଭାଇଙ୍କ ନାମ ରେ ଏତଲା ଦେଇଥିଲେ । ଏହି ଏତଲା କୁ ଭିତ୍ତି କରି ହୁମ୍ମା ଫାଣ୍ଡି ପୋଲିସ୍ ଗ୍ରାମକୁ ଯାଇଥିଲେ । ଏବଂ ପୋଲିସକୁ ଦେଖି ଦୁଇ ଭାଇ ପ୍ରାଣ ବିକଳରେ ନିଜ ଘର ପଛ ପଟେ ଥିବା ପାହାଡ଼କୁ ଦୌଡ଼ି ଯାଇଥିଲେ । ଦୌଡ଼ି ଥିବା ସେଠାରେ ଏକ ବାରହା ଶିକାର ପାଇଁ ବିଛା ହଉଥିବା ବିଦୁ୍ତ୍ ତାରରେ ଲାଗି ସାନ ଭାଇ ଲକ୍ଷଣ ଙ୍କ ବୟସ (୨୫) ଘଟଣା ସ୍ଥଳରେ ହିଁ ମୃତୁ ଘଟିଥିବା ବେଳେ ବଡ଼ ଭାଇ ରାଜେନ୍ଦ୍ର (୩୫) ଗୁରୁତର ଅବସ୍ଥାରେ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ କାଲି ସନ୍ଧ୍ୟା ୭ ଟରେ ଏହି ଘଟଣା ଘଟିଛି । ଗତବର୍ଷ ଏପ୍ରିଲ୍ ମାସରେ ବିବାହ କରିଥିଲେ ଏବେ ତାଙ୍କର ପୁଅଟିଏ ହୋଇଥିଲା । ହେଲେ ବାପା ଡାକ ନ ଶୁଣି ଚାଲିଗଲେ ଲକ୍ଷଣ ଏହି ଘଟଣାକୁ ଭିତ୍ତି କରି ପରିବାର ଲୋକ ଭାଙ୍ଗି ପଡିଛନ୍ତି ।