କଟକ ( ସଂଘର୍ଷ ମିଡିଆ ) : ଦୀର୍ଘ ବର୍ଷ ଧରି କଟକ ଜିଲ୍ଲା ମାହାଙ୍ଗା ଅଂଚଳର ବିଭିନ୍ନ ସ୍ଥାନରୁ ନିଅମିତ ଭାବେ ଲୁଟେରା ମାନେ ରାତିରେ ବିପିଏଲ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଖୋଲି ସେଥିରୁ କପର ତାର, ତେଲ ଓ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ନେଉଥିବାବେଳେ ପୋଲିସ ବି ସେମାନଙ୍କ ଟେର ପାଉନଥିଲା, ଗତ କାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ପଛପଟ ମାହାଙ୍ଗା ହାଟ ଛକ ନିକଟରୁ ଲୁଟେରା ମାନେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ ଗ୍ରାମ ବାସିମାନେ ଜଣକୁ କାବୁ କରି ଧରିଥିବା ବେଳେ ଅନ୍ୟ ମାନେ ସେଠାରୁ ଖସି ଯାଇଛନ୍ତି। ଧରିଥିବା ଲୁଟେରା ନିକଟରୁ ଟ୍ରାନ୍ସଫର୍ମର ଅନ୍ୟାନ୍ୟ ସାମଗ୍ରୀ, ଏକ ବାଇକ ଜବତ କରି ଉକ୍ତ ଲୁଟେରା କୁ ମାହାଙ୍ଗା ପୋଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଯୁବକ ଘର ସାଲେପୁର ଥାନା ମିର୍ଜାପୁର ଗ୍ରାମର ଅନିଲ ରାଉତ ବୋଲି ସେ କହୁଥିବା ବେଳେ ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି, ଏହି ଲୁଟ ଘଟଣାରେ ପାଞ୍ଚ ରୁ ଅଧିକ ଲୁଟେରା ସାମିଲ ଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି |