ବାଘ ଛାଲ, ବାଘ କଟା ମୁଣ୍ଡ ଏବଂ ବରାହ ମାଂସ ଜବତ , ୩ ଗିରଫ

9

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ଟିପାଝର ଗ୍ରାମରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ସାମଗ୍ରୀ ଜବତ କରିଛନ୍ତି। ଏହି ଘଟଣାରେ ଟିପାଝର ଗ୍ରାମର ଜଣେ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଚାଲୁଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଦୁଇ ଗୋଟି ବନ ବିଭାଗ ନୂଆପଡା ଏବଂ ଖରିଆର ରୋଡ଼ କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ଏକ ବାଘ ଛାଲ, ବାଘ କଟା ମୁଣ୍ଡ ଏବଂ ୧୦କେଜି ବରାହ ମାଂସ ଜବତ କରିଛନ୍ତି। ସେହିପରି ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଧାରୁଆ ଅସ୍ତ୍ର, ବନ୍ୟ ପ୍ରାଣୀ ଧରିବା ପାଇଁ ବିଭିନ୍ନ ପ୍ରାଣୀ ଧରିବା ଫନ୍ଦା ମଧ୍ୟ ଜବତ କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।ରୁ ହେରାମ୍ବ ବାଗ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More