ବହୁ ପରିମାଣର ଚୋରା ବିଦେଶୀ ମଦ ଜବତ , ୩ ଗିରଫ

9

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ଆଜି ସକାଳେ କେନ୍ଦ୍ରାପଡ଼ା ଅବକାରୀ ବିଭାଗର ଚଢାଉ କରି ଚାନ୍ଦୋଳ ଏରିଆରେ ତିନିଜଣ କୋଚିଆ ବେପାରୀକୁ ଧରିବା ସହ ବହୁ ପରିମାଣରେ ବିଦେଶୀ ଓ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗର ସବ ଇନସପେକ୍ଟର ସରୋଜ ବାଗ। କିନ୍ତୁ ଗଣମାଧ୍ୟମକୁ ଦେଖାଉଛନ୍ତି ୧୫ ଲିଟର ଦେଶୀ ବିଦେଶୀ ମଦ ଧରିଛୁ। କିନ୍ତୁ କଥା ଉଠୁଛି ଆମେ ଖବର ପାଇ ପହଞ୍ଚିବା ବେଳକୁ ଯେଉଁ ଗାଡିରେ ଆସାମୀ ମାନଙ୍କୁ ଧରି ଆଣିଥିଲେ, ତରତରିଆ ଭାବେ ଗାଡିରୁ ଅଳ୍ପ ମଦ ବାହାର କରି ତୁରନ୍ତ ଗାଡି ଅଫିସରୁ ବାହାରି ପଳା ଇଥିଲା ଶ୍ରୀ ବାଗଙ୍କୁ ପଚାରିବାରୁ ସେ କହିଥିଲେ ଗାଡି ଚଣ୍ଡିଖୋଲ ଯାଇଛି ଗାଡି କାମ କରିବା ପାଇଁ। ଏବଂ ଆମ ଟିମ୍ ପହଞ୍ଚିବା ପରେ ଶ୍ରୀ ବାଗ କହିଥିଲେ ତମେ ଯାଅ ଆମେ ଜିନିଷ ସାଇଜ କରୁ, ଆପଣ କିଛି ସମୟ ପରେ ଆସି ଫଟୋ ନେବେ। ଏବଂ କହିଥିଲେ ତମେ ମାନେ କେମିତି ଜାଣୁଛ ଆମେ ଆସୁ ଆସୁ ପହଞ୍ଚି ଯାଉଛ। ଫଟୋ ଉଠାଓ ନାହିଁ। କିଛି ସମୟ ପରେ ଆସ ଫଟୋ ଉଠାଇବ।ଏଠି ପ୍ରଶ୍ନ ଉଠୁଛି ଶହ ଶହ ଲିଟର ମଦ ଜବତ କରାଯାଉଛି। କିନ୍ତୁ ଗଣମାଧ୍ୟମ ଓ କାଗଜପତ୍ରରେ ଅଳ୍ପ ଦେଖାଉଛନ୍ତି। ଅବକାରୀ ବିଭାଗ ମଦ ବେପାରୀ କୁ ଧରି ବାହାବା ନେଉଥିବା ବେଳେ ଅଳ୍ପ ଜିନିଷ ଦେଖାଇ ଅବଶିଷ୍ଟ ମଦ କୁ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ପକେଟ ଗରମ କରାଯାଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି । କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More