ବସରେ ମହିଳାଙ୍କୁ ଅସଦାଚରଣ : ଅଭିଯୁକ୍ତକୁ ନିର୍ଧୂମ ଛେଚିଲେ ଗ୍ରାମବାସୀ

11

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ବସ ମଧ୍ୟରେ ମହିଳାଙ୍କୁ ଅସଦାଚରଣ କରିବାରୁ ବସ ଅଟକାଇ ଗ୍ରାମବାସି ମାନେ ଅଭିଯୁକ୍ତକୁ ନିରଧୁମ ଛେଚିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଳକ ପଦ୍ମପୁର ପଞ୍ଚାୟତ ପଦ୍ମପୁର ବଜାର କିଛି ଦୁରରେ । ସୁଚନା ଅନୁସାରେ ଚକାଡ଼ୋଳା ନାମକ ଏକ ଘରୋଇ ବସ ଭଦ୍ରକରୁ ବାସୁଦେବପୁର ଯିବା ବେଳେ ପ୍ରବଳ ଭିଡ଼ ଥିଲା , ତାହାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କୁ ଅଶାଦାଚରଣ କରିଥିବାର ମହିଳା ଜଣକ କହିବାରୁ ତାଙ୍କ ସ୍ଵାମି ସହିତ କିଛି ଗ୍ରାମବାସୀ ଯୁବକଙ୍କୁ ଟଣା ଓଟରା କରିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି କରୋନା କଟକଣା ଥିବା ସମୟରେ ଏହି ଘୋରୋଇ ବସ ଗୁଡିକ ନିଜର ସିଟିଙ୍ଗ ଠାରୁ ଅଧିକ ଯାତ୍ରୀ କିପରି ନେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More