ବାଲୁକା କଳା ମାଧ୍ୟମରେ ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

9

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ ) :  ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ। ଅକ୍ଷୟ କୁମାର ୫୩ ବର୍ଷରେ ଆଜି ପଦାର୍ପଣ କରିଥିବା ବେଳେ ତାଙ୍କ ଶୁଭେଚ୍ଛାର ସୁଅ ବିଭିନ୍ନ ମହଲରୁ ଦିଆଯାଉଛି। ପୁରୀରେ ବାଲୁକାକଳା ମାଧ୍ୟମରେ ତାଙ୍କୁ ମଧ୍ୟ ୫୩ତମ ଜନ୍ମ ଦିନର ଶୁଭେଚ୍ଛା ଦିଆଯାଇଛି। ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା କଳା ଟିଏ କରିଛନ୍ତି। ଯେଉଁ ଥିରେ କି ଅକ୍ଷୟ କୁମାରଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ଥିବା ବେଳେ ‘ଏ ରୋଲ ମଡେଲ ‘ହିରୋ ବାର୍ତା ରହିଛି ଏହି ବାଲୁକା କଳାରେ । ଅକ୍ଷୟ କୁମାର ସବୁବେଳେ ନିଜ ଅଭିନୟ ଓ କଳା ମାଧ୍ୟମରେ ସମାଜକୁ ବିଭିନ୍ନ ସଚେତନତା ବାର୍ତା ଦେଇ ଥାନ୍ତି। ଏଥିପାଇଁ ଅକ୍ଷୟ କୁମାରଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି ବଲିଉଡରେ ଏବଂ ତାଙ୍କ ପ୍ରଶଂସକଙ୍କ ଭିତରେ। ତେବେ ଅଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତି ଓ ଦୀର୍ଘଜୀବି ହୁଅନ୍ତୁ ବୋଲି ବାଲୁକାକଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More