ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ସଂପନ୍ନ

9

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ଵର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ବିଜୟଙ୍କ ଜ୍ବାଇଁ ମୁଖାଗ୍ନି ଦେଇଥିବା ଜଣାପଡିଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ କନ୍ଦାଉଥିବା ବିଜୟ ଗତକାଲି ରାତିରେ ସତରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଥିଲେ। ଗତକାଲି ରାତି ୯ ଟା ସମୟରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଥିଲା। ଆଜି ସକାଳେ ବିଜୟଙ୍କ ପାର୍ଥୀବ ଶରୀର ହସ୍ପିଟାଲରୁ ତାଙ୍କ ବମିଖାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବନ୍ଧୁ ଓ ପରିବାର ବର୍ଗଙ୍କ ଶେଷ ଦର୍ଶନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More