ଜଗତସିଂହପୁର ( ସଂଘର୍ଷ ମିଡିଆ ) : ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷହେବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହାଯୋଗୁଁ ଏବେ ହୀରାକୁଦ ଡ୍ୟାମର ୪୬ଟି ଗେଟ ଖୋଲା ଯାଇଛି । ଫଳରେ ତଳିଆଅଂଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ତେବେ ଜଗତସିଂହପୁର ଜିଲ୍ଲାର ଦଳେଇ ଘାଇ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଆଲିପିଙ୍ଗଳ ଠାରେ ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଥିବା ସ୍ଥଳେ ମଧ୍ୟ ଜଗତସିଂହପୁର ନଈକୂଳିଆ ଅଂଚଳ ବାସି ଆତଙ୍କିତ ଅବସ୍ଥାରେ ଅଛନ୍ତି।ଜଗତସିଂହପୁର ଜିଲ୍ଲାରେ ୮୦ମସିହାରେ କସପ ଘାଇ, ୮୨ ମସିହାରେ ବଗୁଲା ଘାଇ,୯୪ ମସିହାରେ ଘଡିମୂଳ ଘାଇ ହୋଇ ବ୍ୟାପକ କ୍ଷତି ଘଟିଥିଲା। ତେବେ ଜିଲାର ନଈକୂଳିଆ ଜିଲ୍ଲା ବାସୀ ୨୦୦୧ ମସିହାରୁ ବନ୍ୟା ଦେଖିନାହାନ୍ତି। କିନ୍ତୁ ଜନ ସାଧାରଣରେ କୁହନ୍ତି ଆଳିପଙ୍ଗଳ ଠାରୁ ୧୮କିଲୋମିଟର ନଦୀ ବନ୍ଧ ମୁସାଗାତ ହେବ ଶହ ନଦୀବନ୍ଧ ବିଭିନ୍ନ ସ୍ଥାନଦୁର୍ବଳ ଅଛି। ତାକୁ ତୁରନ୍ତ ମରାମତି କରିବାପାଇଁ ସାଧାରଣରେ ଦାବି ହୋଇଛି। ତେବେ ମୁଣ୍ଡଳୀରୁ ୨୦ଲକ୍ଷ କ୍ୟୁସେକ ଆସୁଥିବା ପାଣି କାଳେ କ୍ଷତି କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।