ବଟି ଆଦାୟ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ

30

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଆଗକୁ ଆସୁଛି ପୂଜା । ପୁଜା ପୂର୍ବରୁ କଟକ ସହର ରେ ସକ୍ରିୟ ହୋଇଛନ୍ତି ଅପରାଧୀ। ତେବେ ଦାଦାବଟିକୁ ରୋକିବା ପାଇଁ ଏବେ କମିଶନରେଟ୍ ପୋଲିସର ଚାଲିଛି ସ୍ଵତନ୍ତ୍ର ଅଭିଯାନ। ବିଶେଷ କରି ବଟି ଆଦାୟ ପାଇଁ ଏବେ ସେମାନେ ବ୍ୟବସାୟୀ ଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଲେଣି ଅପରାଧି । ବଟି ଆଦାୟ ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରାଣୀହାଟ ମାଳିସାହି ର ରାଜା ଓରଫ ରାଜେଶ୍ ପାଲ୍,ଭିକି ଓରଫ୍ ଭବାନୀ ଶଙ୍କର ରାଉତ ଏବଂ ରାଣୀହାଟ ଗୋପାଳ ସାହି ର ବାପି ଓରଫ୍ ଶ୍ରୀକାନ୍ତ ବେହେରା । ଏମାନଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନା ରେ ଏକାଧିକ ମାମଲା ରହିଛି। ମୁଖ୍ୟତଃ ଜମି କିଣି ନୁଆ ଘର କାମ ବେଳେ ଏବଂ ଯେଉଁମାନେ ବଡ଼ ବ୍ୟବସାୟୀ କରୁଛନ୍ତି ସେହି ମାନଙ୍କୁ ହିଁ ଏମାନେ ଟାର୍ଗେଟ୍ କରିଥାନ୍ତି। ଗତକାଲି ରାତିରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବଜ୍ରକବାଟି ରୋଡ ଏବଂ ମାଳି ସାହି ଅଞ୍ଚଳରେ ଗୋଟିଏ ଗ୍ୟାଙ୍ଗ ଟଙ୍କା ଆଦାୟ କରିବା ପାଇଁ ଭିଡ ଜମାଇଥିଲେ। ଏ ବାବଦରେ ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଏହି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଜେଲ୍ କୁ ପଠାଇ ଦେଇଛି। ତେବେ କୌଣସି ପ୍ରକାରେ ଭୟଭୀତ ନ ହୋଇ ଦାଦାବଟି ମାଗୁଥିବା ବ୍ୟକ୍ତି ଙ୍କ ସମ୍ପର୍କରେ ସୂଚନା ଦେବାକୁ ପୋଲିସ୍ କହିଛି। ଦାଦାବଟିକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବନି ବୋଲି ଗତକାଲି ପୋଲିସ୍ କମିସନର ପ୍ରେସମିଟ୍ ରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ହିଁ ଦାଦାବଟି ଅଭିଯୋଗ ରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି ଭୁବନେଶ୍ବର ପୋଲିସ୍। କଟକରୁ ‌ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More