ବଜ୍ରାଘାତରେ ଜଣେ ମୃତ ଦୁଇ ଆହତ

19

Get real time updates directly on you device, subscribe now.

କଟକ :କଟକ ଜିଲ୍ଲାର ନିଆଳୀ ବ୍ଳକ ସିଠାଳ ଗ୍ରାମର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ସିଠାଳ ପଂଚାୟତର ସିଠାଳ ଗ୍ରାମର ପ୍ରମୋଦ ଭୋଇଙ୍କ ସ୍ତ୍ରୀ ସୁମିତ୍ରା ଭୋଇ ଆଜି ଅପରାହ୍ନରେ ଏକବେରୁଆ ଗ୍ରାମରେ ଏକ ବିଲରେ ଧାନ ତଳି ରୋପଣ କରୁଥିବା ସମୟରେ ହଠାତ ବଜ୍ରାଘାତରେ ଟଳି ପଡିଥିଲେ। ଅନ୍ୟ ୨ଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ସୁମିତ୍ରାକୁ ସଙ୍ଗେ ସଙ୍ଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଠାଳ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ପହଂଚି ମୃତକକ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More