ଫାଣ୍ଡି ଅଧିକାରୀଙ୍କୁ ଛୁରା ମାଡ଼,ଯୁବକ ଅଟକ

23

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡାଜଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ଛୁରା ମାଡ଼ ହୋଇଛି । ସୂଚନାନୁଯାୟୀ ସ୍ଥାନୀୟ ଜଇପୁର ବଜାରରେ ଯୁବକ ଜଣକ ଉନ୍ମତ୍ତ କାଣ୍ଡ କରୁଥିବା ବେଳେ ଉକ୍ତ ଯୁବକଙ୍କୁ ଧରିବାକୁ ଯାଇ ଉନ୍ମତ୍ତ ଯୁବକ ଜଣକ ଫାଣ୍ଡି ଅଧିକାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲା । ତେବେ ଛୁରା ମାଡ଼ରେ ଫାଣ୍ଡି ଅଧିକାରୀ ଆହାତ ହୋଇ ଥିଲେ।ଫାଣ୍ଡି ଅଧିକାରୀଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଜୟପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ଉନ୍ମତ୍ତ କାଣ୍ଡ ଭିଆଇଥିବା ଯୁବକ ଜଣକ ହେଲେ ମାହାଙ୍ଗା ବେନୁପୁରା ଗାଁର ଆଲୋକ ସାହୁ । ତେବେ ଆଲୋକ ସାହୁକୁ ମାହାଙ୍ଗା କୁମୁଡାଜଇପୁର ଫାଣ୍ଡିରେ ଅଟକ ରଖାଯାଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ମାହାଙ୍ଗାରୁ ବିକ୍ରମ କୁମାର ନାୟକଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More