ବୋରିଗୁମ୍ମା ( ସଂଘର୍ଷ ମିଡିଆ ) : ତାମିଲନାଡୁ ରାଜ୍ୟର କିଛି ଲୋକ ବୋରିଗୁମ୍ମା ଆସି ଲୋକଙ୍କୁ ଶସ୍ତାରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ଯୋଗାଇବା ପାଇଁ ବୋରିଗୁମ୍ମା ହାଟପଦା ରୋଡ଼ରେ ଗତ ଦୁଇ ବର୍ଷ ତଳେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ରୋଜା ଟ୍ରେଡ଼ରସ ନାମରେ ଦୋକାନ ଖୋଲିଥିଲେ। ଲୋକମାନେ କୌଣସି ଘରୋଇ ଉପକରଣ ଜିନିଷ ର ପ୍ରକୃତ ଦାମ ର ଅଧା ଦାମ ପ୍ରଥମେ ପୈଠ କରି ବୁକିଙ୍ଗ କଲେ ଠିକ ପନ୍ଦର ଦିନ ପରେ ଜିନିଷ ବୁକିଂ କରିଥିବା ବ୍ୟକ୍ତି ସେହି ଜିନିଷ ନେଇପାରିବେ। ଲୋକମାନେ ଲୋଭ ରେ ପଡି ଲକ୍ଷ ଲକ୍ଷ ଟଙ୍କା ରୋଜା ଟ୍ରେଡ଼ରସରେ ପୈଠ କଲେ, ଲୋକେ ଜିନିଷ ପାଇବେ କଣ ,ଦୋକାନ ଖୋଲିବାର ଠିକ ପନ୍ଦର ଦିନ ପରେ ଲୋକଙ୍କ କୋଟିଏ ଟଙ୍କା ଧରି ଛୁ ମାରିଥିଲା ତାମିଲନାଡୁ ଲୋକ। ବୋରିଗୁମ୍ମା ର ବହୁ ଗରୀବ ଓ ସାଧାରଣ ଲୋକେ ଲକ୍ଷ ଲକ୍ଷ ଟଙ୍କା ଦେଇ ବୁକିଂ କରିଥିଲେ। ଶେଷରେ ଲୋକେ ପୋଲିସ ର ଆଶ୍ରୟ ନେଇଥିଲେ। ସେହି ସମୟରେ ପୋଲିସ ତୁରନ୍ତ ରୋଜା ଟ୍ରେଡ଼ରସ କୁ ସିଲ କରିବା ସହ ମାଲିକ ନାମରେ କେସ ରୁଜୁ କରିଥିଲେ।ରୋଜା ଟ୍ରେଡ଼ରସ ସିଲ କରିବାର ଠିକ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ବିତିଗଲାଣି। ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ ,ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ଉପସ୍ଥିତ ରେ ତାଲା ଭଙ୍ଗା ଯାଇ ଦୋକାନ ରେ ଥିବା ଜିନିଷ ର ତାଲିକା ପ୍ରସ୍ତୁତ କରାଯାଇଛି। ସବୁ ଜିନିଷ ଜବତ କରିବା ସହ ମାମଲା ର ଫଇସଲା ନ ହେବା ପର୍ଯ୍ୟନ୍ତ ସବୁ ଜିନିଷ ପୋଲିସ ହେପାଯାତ ରେ ରହିବ ବୋଲି ତଦନ୍ତ କାରୀ ଅଧିକାରୀ ଏସ ଆଇ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ରୋଜା ଟ୍ରେଡ଼ରସ ତାଲା ଭଙ୍ଗା ଯିବା ପରେ ଲୋକଙ୍କ ଆଶାର ସଂଚାର ବଡ଼ିଛି। ଆସାମୀ ଏମିତି ବିଭିନ୍ନ ରାଜ୍ୟରେ ଦୋକାନ ଖୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇ ଲକ୍ଷେ ଲକ୍ଷେ ଟଙ୍କା ଲୁଟୁ କରିଥିବା ବେଳେ କୋଣସି ପୋଲିସ ହାତରେ ଧରା ପଡି ନ ଥିଲା ,ପୋଲିସ ଏକ ଟିମ କରି ବିଭିନ୍ନ ରାଜ୍ୟ କୁ ଗସ୍ତ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିଲା। ଏହି ଘଟଣା ଟିକୁ ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲା ବେଳେ ଛତିଶଗଡ଼ ପୋଲିସ ଆସାମୀ କୁ ଧରି ବୋରିଗୁମ୍ମା ପୋଲିସ ଙ୍କୁ ସୂଚନା ବି ଦେଇ ଥିଲେ ଏବଂ ବୋରିଗୁମ୍ମା ପୋଲିସ ସୂଚନା ପାଇ ଛତିଶଗଡ଼ ଯାଇ ଆସାମୀ କୁ ଅରେଷ୍ଟ କରିଛନ୍ତି, ଆସାମୀ କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି sdpo ହରେକୃଷ୍ଣ ମାଝି l କୋରାପୁଟ ବୋରିଗୁମ୍ମା ରୁ ବିଜୟ ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l