ପୋଲିସ ଜାଲରେ ବାଇକ ଚୋରି ରାକେଟ

35

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ପୋଲିସ ଏକ ବଡ଼ ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ନିକଟ ରୁ ୪୫ ଟି ବାଇକ ଜବତ କରାଯାଇଛି। ଏହି ଘଟଣାର ମୁଖ୍ୟ ଗ୍ୟାଙ୍ଗ ଲିଡ଼ର ନୟାଗଡ ରଣପୁର ଥାନା ଅଞ୍ଚଳର କାଲୁ ଭୋଇ ଓ ତାର ସାଥି ୬ ଜଣଙ୍କୁ ପୁରୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ପୁରୀ ଏସପି ଆଖିଳେଶ୍ୱର ସିଂ ସୂଚନା ଅନୁଯାୟୀ ପୁରୀର ଡେଲାଙ୍ଗ ପୋଲିସ ପ୍ରଥମେ ଏକ ବାଇକ ଚୋରି ଗ୍ୟାଙ୍ଗକୁ ଡେଲାଙ୍ଗ ରୁ ଗିରଫ କରିଥିଲା। ପରେ ତଦନ୍ତ ପରେ ଏହି ଗ୍ୟାଙ୍ଗ ପୁରୀ , ଖୋରଦା , ଗଂଜାମ ଅଞ୍ଚଳରେ ବାଇକ ଚୋରି କରୁଥିବା ଜଣା ପଡିଥିଲା। ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ୪୫ଟି ଚୋରା ବାଇକ ଜବତ କରାଯାଇଛି। ଏହି ଘଟଣାର ୬ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More