ପୂର୍ବତନ ସ୍ଵାସ୍ଥ୍ୟ ଅଧିକାରୀ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ହତ୍ୟା କିମ୍ବା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

14

Get real time updates directly on you device, subscribe now.

ଲକ୍ଷ୍ନୌ ( ଏଜେନ୍ସି ) : ଉତ୍ତରପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଟା ଜିଲା ଅନ୍ତର୍ଗତ ଶୃଙ୍ଗାର ନଗରର ଏକ ଘରୁ ଶନିବାର ଜଣେ ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ପରିବାରର ୫ ଜଣଙ୍କ ମୃତଦେହ ମିଳିଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସାଇଣ୍ଟିଫିକ୍‌ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତକମାନେ ହେଲେ ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀ ରାଜେଶ୍ଵର ପ୍ରସାଦ ପଚୌରୀ, ତାଙ୍କ ପୁତ୍ରବଧୁ ଦିବ୍ୟା ପଚୌରୀ, ଦିବ୍ୟାଙ୍କ ଭଉଣୀ ବୁଲବୁଲ ଏବଂ ୮ବର୍ଷର ପୁଅ ଆରୁଷ ଓ ୧ ବର୍ଷର ପୁଅ ଆରବ। ଶୃଙ୍ଗାର ନଗରରେ ରାଜେଶ୍ଵରଙ୍କ ଘର ରହିଛି। ଦିବ୍ୟାଙ୍କ ସ୍ବାମୀ ତଥା ରାଜେଶ୍ଵରଙ୍କ ପୁଅ ଦିବାକର ଉତ୍ତରାଖଣ୍ଡରେ ଏକ ଔଷଧ କମ୍ପାନୀରେ ଚାକିରି କରୁଛନ୍ତି। ତେଣୁ ଏଠାରେ ଏହି ୫ ଜଣ ରହୁଥିଲେ। ଶନିବାର ସକାଳେ କ୍ଷୀର ବାଲା ଘରକୁ କ୍ଷୀର ଦେବାକୁ ଆସିଥିଲା। ସେ ଅନେକ ସମୟ ଧରି କଲିଂ ବେଲ୍‌ ମାରିଥିଲେ ହେଁ କେହି କବାଟ ଖୋଲି ନ ଥିଲେ। ଶେଷରେ ସେ ନି​‌ଜେ ଭିତରକୁ ଯାଇଥିଲେ। ଘର ଭିତରେ ସମସ୍ତଙ୍କ ମୃତଦେହ ପଡ଼ିଥିଲା। ଏ ନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଘଟଣାସ୍ଥଳରେ ବ୍ଲେଡ ଏବଂ ସଲଫସ୍‌ ବଟିକା ପଡ଼ିଥିବା ବେଳେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ ବୋଲି ଏସଏସପି ସୁନିଲ କୁମାର ସିଂହ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More