ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବେଳାଭୂମିରେ ଜେଲି ଫିସ ଆତଙ୍କ। ବେଳାଭୂମିରେ ଦେଖିବାକୁ ମିଳିଛି ଶହ ଶହ ସଂଖ୍ୟାରେ ଜେଲିଫିସ୍। ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଦେଖିବାକୁ ମିଳିଛି ଏହି ଜେଲିଫିସ୍। ତେବେ ଜେଲିଫିସ୍ ସଂସ୍ପର୍ଶରେ ଆସି କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ଜଣାପଡିଛି। ଗତ ୨୦୨୨ ଜୁନ୍ ମାସରେ ପୁରୀ ବେଳାଭୂମିରେ ଜେଲିଫିସ୍ ସଂସ୍ପର୍ଶରେ ଆସି ଅନେକ ପର୍ଯ୍ୟଟକ ଚିକିତ୍ସା ପାଇଁ ଘରୋଇ ଏବଂ ବେସରକାରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ପୁରୀ ବେଳାଭୂମିରେ ଜେଲିଫିସ୍ ପ୍ରାୟ ଦେଖିବାକୁ ମିଳିନଥାଏ। କିନ୍ତୁ ଆଜି ଶହ ଶହ ସଂଖ୍ୟାରେ ଜେଲିଫିସ୍ ବେଳାଭୂମିରେ ପଡିଥିବା ଦେଖିବାକୁ ମିଳିଛି। ବେଳାଭୂମିକୁ ପ୍ରତିଦିନ ହଜାର ପର୍ଯ୍ୟଟକ ସ୍ନାନ କରିବାକୁ ଆସୁଥିବା ବେଳେ ଜେଲିଫିସ୍ ର ଲାଳ ସେମାନଙ୍କ ଦେହରେ ବାଜିଲେ କିମ୍ବା ପର୍ଯ୍ୟଟକ ମାନେ ଏହା ସଂସ୍ପର୍ଶରେ ଆସିଲେ ଦେହ ହାତ କୁଣ୍ଡାଇ ନାଲି ପଡିଯାଏ। ଜେଲିଫିସ୍ ଆତଙ୍କରୁ ପର୍ଯ୍ୟଟକ ମାନେ କିଭଳି ବର୍ତ୍ତିବେ ଓ କିଭଳି ସେମାନେ ସୁରକ୍ଷିତ ସ୍ନାନ କରିବେ ସେନେଇ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି।