ପୁରୀ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି

9

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲାରେ ଦିନ କୁ ଦିନ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି। ତେବେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଜଣେ ବେଆଇନ ଭାବେ ଭାଙ୍ଗ ବ୍ୟବସାୟ କରୁଥିବା ଜଣାପଡିବା ପରେ ଚନ୍ଦନ ପୁର ଅଂଚଳର ସଦାଶିବ ସାହୁଙ୍କ ଘର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ କରାଯାଇ ୮୦ କେଜି ଭାଙ୍ଗ ଜବତ ଓ ୩୦୦୦ଲିଟର Gur Wash କୁ ମଧ୍ୟ ନଷ୍ଟ କରାଯାଇଛି ଗେଣ୍ଡାପଡା ଅଂଚଳରେ । ଅନ୍ୟପଟେ ଅଭିଯୁକ୍ତ କେଉଁଠୁ ଏହି ସବୁ ଆଣି ବ୍ୟବସାୟ କରୁଥିଲେ ଓ ଆଉ କାହାର ଏଥିରେ ହାତ ଅଛି ପୁରୀ ଜିଲା ଅବକରି ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପଟେ ବେଆଇନ ନିଶା କାରବାର ଅଭିଯୋଗରେ ଅଭିଯୁକ୍ତ ସଦାଶିବ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More