ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଆଇନଜୀବୀ ସଂଘ ପକ୍ଷରୁ ତାପସ ପଟନାୟକଙ୍କ ନାମରେ ଟାଉନ ଥାନାରେ ଦିଆଗଲା ଏତଲା । ଏତଲାରେ ଉଲେଖ ରହିଛି କି ଜଣେ ସାଧାରଣ ଲୋକ କିପରି ଟାଉନ ଥାନାରେ ସିଲେଟ ଧରା ଫୋଟୋ ଓ ଆକନଲେଜମେଣ୍ଟ register ପାଇଲେ ? ଯାହା ହେଉଛି 2008 ମସିହାର ଗୋଟେ କେଶ , ଯେଉଁଥିରୁ ସମ୍ପୃକ୍ତ ଓକିଲ ଖଲାସ ହୋଇଯାଇଛନ୍ତି । ଏ କରିତ କର୍ମା ଲୋକ କିଏ ? ନିଜକୁ ଶାସକ BJDର ଜଣେ ଟାଣୁଆ କର୍ମୀ ପରିଚୟ ଦେଖାଇ କରୁଛନ୍ତି ଏ କଳା କରନାମା । ସୂଚନାନୁଯାୟୀ ,ଏ ମହାଶଯ ଜଣକ ହେଉଛନ୍ତି ତାପସ ପଟନାୟକ । ସାଧାରଣରେ ପ୍ରଶ୍ନ ଉଠେ ଏ ମହାଶୟଙ୍କର ସେ ସମୟରେ ସମପୃକ୍ତି ଓକିଲଙ୍କ ସହିତ ସମ୍ପର୍କ କଣ ? ଦୀର୍ଘ ଦିନର ନୀରବତା ପରେ ସେ ଏସବୁ ଫଟୋ ପାଇଲେ କେଉଠୁ ? ଏହି ସମ୍ପର୍କରେ ଥାନାର କେଉଁ କର୍ମଚାରୀ ଲିପ୍ତ ଅଛନ୍ତି ? ଏହି ସବୁ କପି ପାଇବାରେ କେଉ ଥାନା ଅଧିକାରୀ ସାହାଯ୍ୟ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ କେଉଁ ମନ୍ଦ ଉଦ୍ୟସରେ ଏ ସବୁ ତଥ୍ୟ social ମେଡିଆ ରେ publish କରିଛନ୍ତି ତାହା ସମୟ ନିଶ୍ଚିତ କହିବ । ଜଣେ ସାଧାରଣ ଲୋକକୁ ବଦନାମ କରିବାରେ ଏହା ଏକି ନିମ୍ନ ମାନସିକତା । ନୂଆ ପୁଲିସ ଅଧିକ୍ଷକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସାଧାରଣରେ ଦାବି ଜୋର ଧରିଛି । ଅଭିଯୁକ୍ତ ତାପସ ପଟଣାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ଦାବି କରିଛନ୍ତି ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।