କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ପକାରୀ ପଂଚାୟତରେ ଘଟିଛି ଏକ ଜଘନ୍ୟକାଣ୍ଡ |ସୂଚନାନୂସାରେ ଗତ ଫେବୃଆରୀ ୧ ତାରିଖ ରେ ଓସେଫ ବଡ଼ମାଝିର ବାହାଘର ଥିଲା କିନ୍ତୁ ତା ପୂର୍ବରୁ ଗତ ଜାନୁଆରୀ ମାସ 29 ତାରିଖରେ ନିଜ ଗ୍ରାମର ତିନି ଜଣ ଯୁବତୀଙ୍କ ସହ ମିଶି ଏକ ଭୋଜି ଓ ମଦ୍ୟପାନ କରି ମଜାମସ୍ତି କରିବାକୁ କଥା ହୋଇଥିଲା ଓ ଗାଁ ରୁ 500ମିଟର ଦୂର ପେନାପେଟି ଜଙ୍ଗଲ ରେ ସନ୍ଧ୍ୟା 5 ଘଣ୍ଟିକା .ସମୟରେ ସଳପ ତାଡ଼ି ଉକ୍ତ ତିନି ଜଣ ଯୁବତୀ ସହ ମିଶି ଓସେଫ ପିଇଥିଲା । ହେଲେ ସେଥିମଧ୍ୟରୁ ଦୁଇଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ କୌଣସି ପ୍ରକାରରେ ଘରକୁ ଫେରି ଆସିଥିଲେ, କିନ୍ତୁ ରହିଯାଇଥିବା ଅନ୍ୟ ଜଣେ ଯୁବତୀ । ନିଶା ଅବସ୍ଥାରେ ଥିବା ସମୟରେ ଓସେଫ ନିଜର ସମ୍ପର୍କୀୟ ଭାଇ ନୀଳାମ୍ବର ବଡ଼ମାଝିଙ୍କୁ ଡାକି ସହଯୋଗ କରିବାକୁ କହିଥିଲେ ଓ ଓସେଫ, ନୀଳାମ୍ବର ମିଶି ଦୁଷ୍କର୍ମ କରିଥିଲେ | ଫଳରେ ଦୁଷ୍କର୍ମ କଥାଟି ପରିବାର ଲୋକ ଜାଣିବା ପରେ ପ୍ରଥମେ ନୀଳାମ୍ବରର ପରିବାରକୁ ଜଣାଇଥିଲେ ଓ ଗ୍ରାମରେ ବିଚାର ବିମର୍ଶ ପରେ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ପୀଡ଼ିତା ପରିବାର ଲୋକ କୋଟଗଡ଼ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୋଟଗଡ ଥାନା ଅଧିକାରୀ ଅଲେଖ ଗରଡ଼ିଆ, କେସ ନଂ -5/1/2/021ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି । ହେଲେ ଥାନାରେ ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କୁ ନେଇ ଡାକ୍ତର ରିପୋର୍ଟ ପାଇଁ ପୁଲିସକୁ 3ଦିନ ନାକେଦମ ହବାକୁ ପଡ଼ିଥିବା ଜଣାପଡ଼ିଛି । କାରଣ ପ୍ରଥମେ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରେ ଡାକ୍ତରୀ ରିପୋର୍ଟ ମିଳିଥିଲା । କିନ୍ତୁ ଜଣେ ପୀଡ଼ିତାର ଡାକ୍ତରି ରିପୋର୍ଟ ପାଇଁ ବାରଦୁଆର ଶୁଣ୍ଢୀପିଣ୍ଡା କରାଯାଏ ତାହେଲେ ଦୁଷ୍କର୍ମର ତଥ୍ୟ ତଦନ୍ତ ବାଟବଣା ସମ୍ଭାବନା ହେବାକୁ କେତେ ଦୂର ? ପ୍ରକୃତରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ତ ?