ପୁଣି କଟକରେ ଲଜ୍ୟା, ଗଣଦୁ୍ଷ୍କର୍ମର ଶିକାର ହେଲେ ନାବାଳିକା

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଜଣେ ୧୫ ବର୍ଷୀୟା ନାବାଳିକା କୁ ୨୨ ଦିନ ଧରି ଦୁଷ୍କର୍ମ କଲେ ଯୌନରାକ୍ଷାସ । ସୁଚନା ମୁତାବକ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ୧୫ ବର୍ଷୀୟ ନାବାଳିକା ନିଜ ଘରେ ହେଉଥିବା ଅତ୍ୟାଚାରକୁ ସହ୍ୟ କରି ନ ପାରି ଘରଛାଡି ଚାଲି ଆସିଥିଲେ କଟକ। ପରେ ତାଙ୍କ ଭଉଣୀ ଘରେ ଆଶ୍ରୟ ନେଇଥିଲେ। କୌଣସି କାରଣ ବଶତଃ ଭଉଣୀ ଭେଣୋଇଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୁନର୍ବାର ଘରକୁ ଯିବା ପାଇଁ ଚାଲି ଆସିଥିଲେ ଓଏମପି ଛକ। ହେଲେ ସେଠାରେ ତାଙ୍କୁ ଲିଫ୍ଟ୍ ଦେବା ବାହାନରେ ହାବୁଡି ଥିଲେ ଜଣେ ବାଇକ୍ ଚାଳକ। ପରେ ତାଙ୍କୁ ଚାଉଳିଆଗଞ ଥାନା ଅନ୍ତର୍ଗତ ଗତିରାଉତ ପାଟଣା ଠାରେ ଥିବା ଏକ ଫାର୍ମ ହାଉସ୍ ରେ ରଖି ଆଉ ଜଣେ ସହଯୋଗୀ ଙ୍କ ସହ ୨୨ ଦିନ ଧରି ଗଣଦୁ୍ଷ୍କର୍ମ କରିଥିଲେ। ସୋମବାର ବିଳମ୍ବିତ ରାତିରେ କୌଶଳକ୍ରମେ ନାବାଳିକା ଜଣକ ଖସିଆସି ପାଖରେ ଥିବା ହନୁମାନ ମନ୍ଦିର ନିକଟରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେ ଥାନାକୁ ଜଣାଇଥିଲେ। ଥାନା କର୍ମଚାରୀ ଶିଶୁ ସୁରକ୍ଷା କମିଟିକୁ ଏ ସମ୍ପର୍କରେ ଜଣାଇଵା ପରେ ଘଟଣାର ସବୁ ବୟାନ ବଖାଣି ଥିଲେ ଦୁଷ୍କର୍ମ ପୀଡିତା। ଆଉ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କରିଥିଲେ ଦୃର୍ବୃର୍ତ୍ତ। ଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ ପରେ ସି ଡବ୍ଲ୍ୟୁ ସି ପକ୍ଷରୁ ଚାଉଳିଆଗଞ ଥାନାରେ ଏକ ମାମଲା ରୁଜୁ କରାଯାଇ ବସୁନ୍ଧରାରେ ଆଶ୍ରୟ ଦିଆଯାଇଛି। ଅନ୍ୟପଟେ ଏହି ଘଟଣାରେ ପ୍ରସ୍କୋ ଆକ୍ଟ ଲଗାଇଛି ପୋଲିସ୍। ଘଟଣାରେ ସମ୍ପୃକ୍ତ ଥିବା ଫାର୍ମ ହାଉସ୍ ମାଲିକକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସହଯୋଗୀ ଫେରାର ହୋଇଯାଇଛି। ଫେରାର ଦୁଷ୍କର୍ମ କାରୀକୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More