ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ଠାରେ ଏକ ସଡକ ଦୁର୍ଘଟଣା ଘଟି ଯୁବକର ମୃତ । ବାସୁଦେବପୁର ରୁ ଭଦ୍ରକ ଆଡ଼କୁ ଯାଉଥିବା ଏକ ପିକପଟି ପଦ୍ମପୁର ରୁକୁଣାଦେଇପୁର ଗ୍ରାମର ଆଲୋକ ବାରିକକୁ ଧକ୍ତା ମାରିଥିଲା । ପଦ୍ମପୁର ପୋଲ ବାମ ପାର୍ଶ୍ୱରେ ମୋଟର ସାଇକେଲ ରଖି ଠିଆ ହୋଇଥିବା ସମୟରେ ବାସୁଦେବପୁର ଆଡୁ ଦ୍ରୁତ ଗତିରେ ଏକ ପିକପ ଆସି ଧକ୍ତା ଦେବା ପରେ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା ପରେ ଘଟଣା ସ୍ଥଳରୁ ଯୁବକକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକମନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।