ପାଣିରେ ବୁଡି ଦୁଇ ଶିଶୁ ମୃତ

18

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଖେଳୁଥିବା ବେଳେ ପାଣିରେ ପଡି ୨ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗ ଅଞ୍ଚଳ ରେ ଏପରି ଅଘଟଣ ଘଟିଛି । ଦୁଇ ସାଙ୍ଗ ପରୀକ୍ଷାରୁ ଫେରି ସାଙ୍ଗ ହୋଇ ଖେଳୁ ଥିବା ବେଳେ ଗାଁ ନିକଟ ଏକ ଗଢିଆରେ ପଡିଯାଇଥିଲେ । ମୃତ ଦୁଇ ଜଣ ହେଲେ ଦେବିଦତ୍ତ ଧୂପାଳ ଓ ବିଶ୍ୱଜିତ ବେହେରା ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ବେଳେ ଗାଁ ନିକଟ ଗଢିଆରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More