ମୁମ୍ବଇ ( ଏଜେନ୍ସି ) : ପ୍ରଖ୍ୟାତ ବଲିଉଡ୍ ଅଭିନେତା ଇରଫାନ ଖାନଙ୍କର ବୁଧବାର ମୃତ୍ୟୁ ଘଟିଛି। ମୁମ୍ବଇର କୋକିଳାବେନ୍ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବଲିଉଡ ଚଳଚ୍ଚିତ୍ର ନିର୍ଦେଶକ ସୁଜିତ ସରକାର ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଇରଫାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।