ନୂଆଦିଲ୍ଲୀ ( ଏଜେନ୍ସି ) : ବର୍ଷ ୨୦୨୦ କୌଣସି ବର୍ଗର ଲୋକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ। ପ୍ରଥମେ ବଲିଉଡ ଇଣ୍ଡଷ୍ଟ୍ରି କିଛି ବଡ ତାରକାଙ୍କୁ ହରାଇବା ଥିବା ବେଳେ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଜଣେ ଜଣାଶୁଣା ଅଭିନେତାଙ୍କୁ ହରାଇଛି। ସେ ହେଲେ ଚିରଞ୍ଜୀବୀ ସରଜା। ମାତ୍ର ୩୯ ବର୍ଷ ବୟସରେ ଜୁନ୍ ୭ରେ ଅର୍ଥାତ୍ ଆଜି ତାଙ୍କର ବିୟୋଗ ହୋଇଛି। ହୃଦଘାତ ଜନିତ ରୋଗରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ତାଙ୍କୁ ବାଙ୍ଗାଲୋରର ଜୟନଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଛି।