ପରକୀୟା ପ୍ରୀତିର ଅନ୍ତିମ ପରିଣତି , ସ୍ତ୍ରୀକୁକୁ ମରଣାତକ ଆକ୍ରମଣ

9

Get real time updates directly on you device, subscribe now.

କଣାସ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳରେ ଏକ ଦୁଖଦ ଖବର ସାମନାକୁ ଆସିଛି । କଣାସ ବ୍ଲକ ଅଧିନସ୍ଥ ଗୋଡିପଦର ଗ୍ରାମରେ ବିକ୍ରମ ସାହୁଙ୍କର ଏକ ମାତ୍ର କନ୍ୟା ମଞ୍ଜୁଲତା ୨୦୦୭ ମସିହାରେ ଦୁଖୀଶ୍ୟାମ ସାହୁଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁ ଠିକ ଠାକ ଚାଲିଥିଲା । ୨୦୧୧ ମସିହାରେ ଦୁଖୀଶ୍ୟାମଙ୍କ ଦାଦା ସେଇ ଗ୍ରାମର ଟିକିନାଙ୍କୁ ଭଲ ପାଇ ବିବାହ କରିଥିଲେ । ତାପରେ ମଞ୍ଜୁଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଆକ୍ରମଣ ।ମଞ୍ଜୁଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ଵାମୀ ଦୁଖୀଶ୍ୟାମ ତାଙ୍କ ଖୁଡୀ ଟିକିନାଙ୍କ ସହ ଅବୈଧ ସମ୍ପର୍କ ରଖି ଆସୁଛନ୍ତି । ମଞ୍ଜୁ ଏକଥାକୁ ବିରୋଧ କଲେ ଆରମ୍ଭ ହୋଇ ଜାଏ ମରଣାତକ ଆକ୍ରମଣ । ମଞ୍ଜୁଙ୍କ ଔରସରୁ ଜନ୍ମ ନେଇଛନ୍ତି ଗୋଟେ ପୁଅ ଓ ଝିଅ । ପରିବାର ପରିପୂର୍ଣ ଥିବା ବେଳେ ଖୁଡୀ ପ୍ରେମରେ ପୁତୁରା ନଟର ପଟର । ଭୁଲିଗଲା ସାମାଜିକ କଟକଣା । ଆସନ୍ତୁ ଶୁଣିବା ମଞ୍ଜୁ କଣ କହୁଛନ୍ତି । ସୂଚନାନୁଯାୟୀ ଗତ ମାସ ୨୬ ଅରିଖ ଦିନ ଦୁଖୀଶ୍ୟାମ ଖୁଡୀଙ୍କ ସହ ଅନୟତିକ ସମ୍ପର୍କରେ ଥିବାବେଳେ ମଞ୍ଜୁ ବିରୋଧ କରିଥିଲେ । ତାପରେ ଆରମ୍ଭ ହୋଇ ଯାଇଥିଲା ମଞ୍ଜୁଙ୍କ ଉପରେ ଆକ୍ରମଣ । ପିଶାଚ ସ୍ଵାମୀ , ଦଦା ଶଶୁର ତାକୁ ବେହୋସ କରି ତା ଦେହ ସହ ଖେଳିଲା ପରେ ତାକୁ କୁଅରେ ଫିଙ୍ଗି ଦେଇଥିଲେ । ସକାଳୁ କିଛି ସ୍ତ୍ରୀ ଲୋକ ତାକୁ ଦେଖିଲା ପରେ ତାକୁ କୁଅରୁ ଉଦ୍ଧହର କରିଥିଲେ । ଖବର ପାଇ ମଞ୍ଜୁର ଭାଇ ବବ୍ରୁବାହାନ ମଞ୍ଜୁକୁ କଣାସ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଦେହ ସାରା ଯନ୍ତ୍ରଣାରେ ଛଟପଟ ହେଉଥିବା ମଞ୍ଜୁ ଦୀର୍ଘ ୨ଦିନ ଡାକ୍ତରଖାନାରେ ରହିବାପରେ ଏବେ ବାପାଙ୍କ ଘରେ କାଳତିପାତ କରୁଛନ୍ତି । ଆସନ୍ତୁ ଶୁଣିବା ମଞ୍ଜୁର ଭାଇ କଣ କହୁଛନ୍ତି। ଦୁଖର ପାହାଡ ଉପରେ ଛିଡା ହୋଇଥିବା ନିରୀହ ବୋହୁଟେ ନ୍ୟାୟ ପାଇଁ ଗଡସିଗୋଦା ଥାନା । ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିକଟରେ ଗୁହାରି କାଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀ ଅରମରେ ବୁଲୁଛନ୍ତି। ସରକାର 5T ନାମରେ ଡିଣ୍ଡିମ ପିଟୁ ଥିବାବେଳେ ଏ ନିରୀହ ଝିଅଟି କେବେ ନ୍ୟାୟ ପାଇବ । ଆସନ୍ତୁ ଶୁଣିବା ଝିଅର ବାପା କଣ କହୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More