କଟକ ( ସଂଘର୍ଷ ମିଡିଆ ) : ଆଜି ହେଉଛି ପବିତ୍ର ବିଜୟାଦଶମୀ ବା ଦଶହରା। ଏ ନେଇ କଟକ ର ବିଭିନ୍ନ ପୁଜା ମଣ୍ଡପରେ ଶେଷ ହୋଇଛି ମହାମାୟାଙ୍କ ଦଶମୀ ପୁଜା। ଷଷ୍ଠିଠାରୁ ଦଶମୀ ପର୍ଯ୍ୟନ୍ତ ମା ବିଭିନ୍ନ ରୀତିନୀତିରେ ମାଙ୍କୁ ପୁଜା କରାଯାଇ ଦଶମୀ ବିହୀତ ପୂଜା ସୁରୁଖୁରୁରେ ସମାପ୍ତ ହୋଇଛି। ତେବେ ମଣ୍ଡପରେ ମାଙ୍କ ପୂଜା ସୀମିତ ସଂଖ୍ୟାରେ ପୁଜକ ପୁଜା କରିଵା ସହ କମିଟିର କର୍ମକର୍ତ୍ତାମାନେ ମଧ୍ୟ ସୀମିତ ସଂଖ୍ୟା ଦେଖିବାକୁ ମିଳିଥିଲା। ଏପରିକି ମଣ୍ଡପଗୁଡିକରେ ସ୍କ୍ରିନ୍ ଟଣାଯାଇ ପାଞ୍ଚ ଦିନ ବ୍ୟାପି ପୁଜା କରାଯାଇଥିଲା। ଅନ୍ୟପଟେ ଆଜି ଦଶମୀ ପୂଜା ସରିବା ପରେ ଆସନ୍ତାକାଲି ହେଉଛି ମା ଙ୍କ ଭଷାଣ ପର୍ବ। ତେବେ ଏଥିରେ ବି କଟକଣା ଲଗାଇଛି କମିସନରେଟ୍ ପୋଲିସ ଦୁର୍ଗାଙ୍କ ଭଷାଣିକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଭଷାଣି ଶୋଭାଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ମା ଦୁର୍ଗାଙ୍କ ମୂର୍ତ୍ତି ବିଷର୍ଜନ ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୪ଟି କୃତ୍ରିମ ପୋଖରୀ କରାଯାଇଛି । ତେବେ ଆଜି ପାଖାପାଖି ୨୬ଟି ପୂଜା ମଣ୍ଡପର ମାଙ୍କ ମୁର୍ମୟୀ ମୂର୍ତ୍ତି ବିଷର୍ଜନ କରାଯିବ । ଆଉ ଆସନ୍ତାକାଲି ସହରର ସମସ୍ତ ପୂଜା ମଣ୍ଡପ ର ମୂର୍ତ୍ତି ସକାଳ ୧୦ ଟା ଠାରୁ ଅପରାହ୍ନ ୬ଟା ପଯ୍ୟନ୍ତ ମୋଟ ୪ ଟି ପର୍ଯ୍ୟାୟରେ ବିଷର୍ଜନ କରାଯିବ । ଚଳିତ ବର୍ଷ ଭଷାଣ ପାଇଁ ସମସ୍ତ ମୂର୍ତ୍ତି ଗୁଡିକୁ ଚେଚିଶ ବଦଳରେ ଟାଟା ଏସି ଗାଡି ରେ ନେବାପାଇଁ କୁହାଯାଇଛି । କୋଭିଡ କଟକଣା ପାଇଁ କୌଣସି ମୂର୍ତ୍ତି ଏଥର ସାହି ପରିକ୍ରମା କରାଇପାରିବେ ନାହିଁ। ଏବଂ ପ୍ରତ୍ୟେକ ମୂର୍ତ୍ତି ବିଷର୍ଜନ ସମୟରେ ୭ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ପୋଲିସ ଏସ୍କଟ ରେ ମୂର୍ତ୍ତି ବିଷର୍ଜନ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।