ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ଥାନା ଅଧିନ ସାଇଲୋ ପଞ୍ଚାୟତ ତେରମାଣପୁର କୋଟସାହିରେ ଜଣେ ବିଭାହିତ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ସହ ଘରୁ ତଡି ଦେଇ ଅନ୍ୟତ୍ର ବିବାହ କରି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତାଳସଙ୍ଗା ଗ୍ରାମର ଭରତ ବେହେରାଙ୍କ ଝିଅ ଭାରତୀ ବେହେରା ନଅ ବର୍ଷ ତଳେ ପଙ୍କପାଳ ପଞ୍ଚାୟତର ଚାନ୍ଦପୁର ହରପାର୍ବତୀ ମନ୍ଦିରରେ ତେରମାଣପୁର କୋଟସାହିର ରାଜୀବଙ୍କୁ ବିବାହ କରିଥିଲେ।ବିବାହ ର କିଛିଦିନ ପରେ ଅଧିକ ଯୌତୁକ ଦାବିରେ ସ୍ଵାମୀ ରାଜୀବ ନିଶା ସେବନକରି ପତ୍ନୀଙ୍କୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଇ ଭାରତୀ କୁ ନେଇତାଙ୍କ ବାପା ଘରେ ଛାଡ଼ି ଆସିଥିବା ଭାରତୀ ଅଭିଯୋଗ କରିଛନ୍ତି।ଭାରତୀଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବାବେଳେ ବଡ଼ଝିଅ କୁ ରାଜୀବ ନିଜ ପାଖରେ ରଖି ଥିଲେ।ରାଜୀବ ନିଜ ବିବାହିତ ପତ୍ନୀଙ୍କୁ ନଜଣାଇ ଗୁପ୍ତରେ ଅନ୍ୟତ୍ର ଦ୍ୱିତୀୟ ବିବାହ କରିଥିଲେ। ନିଜ ବିବାହିତ ପତ୍ନୀ ନିଜର ବଡ଼ ଝିଅକୁ ରାଜୀବଙ୍କ ପାଖରୁ ନେବା ପାଇଁ ଆସିଥିବା ବେଳେ ରାଜୀବ ରାହମା ବଜାର ନିକଟରେ ଦ୍ଵିତୀୟ ପତ୍ନୀଙ୍କୁ ନେଇ ରହୁଥିବା ଜାଣିବାକୁ ପାଇଥିଲେ ଭାରତୀ। ଭାରତୀ ଏ ସମ୍ପର୍କରେ ତୀର୍ତ୍ତୋଲ ଥାନାରେ ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସ୍ୱାମୀ ରାଜୀବଙ୍କ ଭଡା ଘର ସାମ୍ନାରେ ନିଜର ବଡ଼ ଝିଅକୁ ତାଙ୍କୁ ଫେରାଈ ଦେବା ସହ ନ୍ୟାୟ ପାଇଁ ଧାରଣାରେ ବସିଥିଲେ। ତୀର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଜୀବ ଓ ଭାରତୀଙ୍କୁ ଥାନାକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।