ପଟ୍ଟାମୁଣ୍ଡାଇରେ ମୁଣ୍ଡ ଟେକିଛି ହାଇ ପ୍ରୋଫାଇଲ୍ ଲୁଟେରା ଗ୍ୟାଙ୍ଗ

45

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସନହର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହାଇ ପ୍ରୋଫାଇଲ୍ ଓ ଟେକ୍ନିକାଲ ଗାଡ଼ି ଲୁଟେରା ଗତକାଲି ସକାଳେ ଏକ କାରକୁ ହାଇଯାକ୍ କରିବାସହ କାର ଡ଼୍ରାଇଭରର ହାତ ଗୋଡ ବାନ୍ଧି ସେହି କାର୍ ଡିକି ଭିତରେ ପୁରେଇ ଡିକି ବନ୍ଦ କରି ରାଜନଗର ଅଭିମୁଖେ ଆସୁଥିବା ବେଳେ ପଟ୍ଟାମୁଣ୍ଡାଇ ବଜାରକୁ ଆସିଥିଲେ । ସେ ସମୟରେ ବଜାର ଭିଢ ଥିବାରୁ ବନ୍ଧା ହୋଇଥିବା ଡ୍ରାଇଭର କୈାସଳ କ୍ରମେ ଡିକିଟିକୁ ଗୋଇଠା ବାରମ୍ବାର ମାରିଥିଲେ ଓ ଡିକିଟି ଖୋଲିଯିବା ପରେ ଡ୍ରାଇଭର ତଳେ ପଡିଯାଇ ଥିବାବେଳେ ଲୋକମାନଙ୍କ ରୁଣ୍ଡ ହୋଇଯିବା ଦେଖି ଚାରିଜଣ କୁକ୍ଷାତ ଲୁଟେରା ନଂମ୍ବର ବିହିନ କାର ଛାଡି ଚମ୍ପଟ୍ ମାରିଥିଲେ। ଏବିଷୟରେ ପଟ୍ଟାମୁଣ୍ଡାଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଁଚି ଅପହୃତ ହୋଇଥିବା ଡ୍ରାଇଭର ବିଜୟ ନାୟକଙ୍କୁ ଉଦ୍ଧାର କରିଥିଲେ। ପରେ ଆଇଆଇସି ରାକେଶ କୁମାର ତ୍ରିପାଠୀ ଦୁଇଟି ଟିମ୍ ଗଠନ କରି ଛାନ୍ ଭିନ୍ କରିଥିଲେ ଦିର୍ଘ ଦୁଇ ତିନି ଘଣ୍ଟା ବ୍ୟବଧାନରେ ତିନି ଜଣ ଅପହରଣ କାରିଙ୍କୁ ଧରିଥିବା ସହ ଜବତ କରିଥିବା ଗୋଟିଏ କାର, ୩ଟି ବାଇକ ,ହାତ ତିଆରି ବନ୍ଧୁକ ସହ ଦୁଇଟି ଅଫୁଟା ଗୁଳି, ୪ଟି ମୋବାଇଲ୍, ସମେତ ନଗଦ ୬୦୦୦ଟଙ୍କା ଜବତ କରିଥିବା ବେଳେ ଆଉ ଏକ ଅପହରଣ କାରି ଖସି ଯାଇଥିଲେ। ଅପହରଣ କାରିହେଲେ ତ୍ରିଲୋଚନ ସାମନ୍ତରାୟ ଓରଫ (ଦୀପକ୍)ବୟସ ୨୬,ଫ୍ରେସ୍ ପରିଡା( ଗୁନୁରି) ବୟସ ୨୮, ବିଶ୍ଵଜିତ ବାଇ (କୁଲୁ)ବୟସ ୨୧, ଏ ମାନଙ୍କୁ ଗିରଫ କରିବା ସହ କେସ୍ ରୁଜୁ କରିଛନ୍ତି କେସ ନଂମ୍ବର ୩୬୦/୨୦୨୦,U/S ୩୬୪/A/୩୯୪ IPC/୨୫.Arms Act, ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More