ପଟ୍ଟାମୁଣ୍ଡାଇ ଗ୍ରାମ୍ୟଉନ୍ନୟନ ସଂସ୍ଥାର ଟେଣ୍ଡର ଫିକ୍ସିଂ ଗୁମର , ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ

26

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (RWSS) ରେ ୧ କୋଟି ୨୫ ଲକ୍ଷ ଟଙ୍କାର ଟେଣ୍ଡର ଫିକ୍ସିଂ ର ଅଭିଯୋଗ କରିବାର ୩ଦିନ ଭିତରେ ଠିକାଦାର ଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣ ରେ ପଟ୍ଟାମୁଣ୍ଡାଇ ପୋଖରୀଆପଡା ର ଶୁଭେନ୍ଦୁ ରାଉତ ହୋଇଛନ୍ତି ଗୁରୁତର ଆହତ ।ଗତ ଗୁରୁବାର ରାତି ୧୦ଟା ସମୟରେ ନିଜ ଘର ପଟ୍ଟାମୁଣ୍ଡାଇକୁ ଫେରୁଥିବା ସମୟରେ କଟକ ଚାନ୍ଦବାଲି ରାସ୍ତାର ଦୋବନ୍ଧା ଛକରେ ଅତର୍କିତ ଆକ୍ରମଣ କରିଥିଲେ ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ । ଗୁରୁତର ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ପରେ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏ ନେଇ ତାଙ୍କ ପତ୍ନୀ ଜୋସ୍ନାରାଣୀ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ।ଏତଲା ରେ ଜଣେ ଯନ୍ତ୍ରୀ ଙ୍କୁ ଦାୟୀ କରିଛନ୍ତି ।ଟେଣ୍ଡର ଫିକ୍ସିଂ ଘଟଣା ସଂପୃକ୍ତ ଯନ୍ତ୍ରୀଙ୍କ କଳା କାରନାମା ଖୋଲି ଦେବାରୁ ସ୍ବାମୀ ଙ୍କ ଉପରେ ଏପରି ଆକ୍ରମଣ ହୋଇଛି ବୋଲି ଦର୍ଶାଇଛନ୍ତି । ଶୀ ରାଉତ ଦେଢ଼ ମାସ ପୁର୍ବରୁ ଟେଣ୍ଡର ଫିକ୍ସିଂ କୁ ନେଇ କହିଥିଲେ ଯେ ଘରକୁ ପାଇପ ସଂଯୋଗ ପାଇଁ ଗତ ସେପ୍ଟେମ୍ବର ରେ ୩୨,୩୩,୩୪,ନମ୍ବର ଆଇଡିରେ ୧ କୋଟି ୨୪ ଲକ୍ଷ ୭୩ ହଜାର ଟଙ୍କାର ଟେଣ୍ଡର ପାଇଁ କୈଣସି ବିଜ୍ଞପ୍ତି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍ ବୋର୍ଡରେ ମରା ନ ଯାଇ ଭିତିରିଆ କିଛି ଠିକାଦାରଙ୍କୁ ଟେଣ୍ଡର ପେପର ବିକ୍ରି କରିଦିଆଯାଇଥିଲା ।ଏ ସଂକ୍ରାନ୍ତରେ ଅଭିଯୋଗ ହେଲା ପରେ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦେହୁରୀ ତରବରିଆ ଭାବେ ଟେଣ୍ଡର ବାତିଲ କରିଥିଲେ ।ମାତ୍ର ପରେ ପୁଣି ଟେଣ୍ଡର ପେପର ବିକ୍ରି କରାଯାଇଥିଲା । ହେଲେ ନିୟମିତ କର୍ମଚାରୀ ବଦଳରେ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଅଫିସ ଡକାଇ ଏହି ପେପର ବିକ୍ରି କରାଯିବା ଏବଂ ସଂପୃକ୍ତ କର୍ମଚାରୀ ଜଣକ ଏକ ନିର୍ଦ୍ଧିଷ୍ଟ ଯନ୍ତ୍ରୀ ଙ୍କ ହାତଚିଠା ଆଧାରରେ ପେପର ବିକ୍ରି କରାଯାଇଥିବା କଥା କହିବାର ଭିଡିଓ ଭାଇରାଲ୍ ହୋଇଥିଲା ।ଏହି ଘଟଣା କୁ ଗତ ୨୩ ତାରିଖରେ ଗଣମାଧ୍ୟମ ଆଗରେ ବୟାନ ଦେଇଥିଲେ ।ଏହି ବୟାନ ଦେବାର ୩ ଦିନ ନ ପୁରୁଣୁ ଅଭିଯୋଗକାରୀ ଠିକାଦାର ଙ୍କ ଉପରେ ରାତିରେ ମରଣାନ୍ତକ ଆକ୍ରମଣ ପୁରା ମାମଲା କୁ ନୂଆ ମୋଡ ଦେଇଛି । ପୋଲିସ ଅଭିଯୋଗ ଆଧାରରେ ମାମଲା ୪୯୫/୨୦୨୦ ଦଫା ୩୪୨,୩୨୫,୩୦୭,୪୦୭, ଓ ୩୪ ଆପିସି ରେ କେଶ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଯନ୍ତ୍ରୀ ଶୀ ଦେହୁରୀ ନୋଟିସ ବୋର୍ଡରେ ବିଞ୍ଜପ୍ତି ମରାନଯାଇ ଟେଣ୍ଡର ପେପର ବିକ୍ରି କରାଯିବା ଭୁଲ ବୋଲି ସ୍ବୀକାର କରିବା ସହ ଅବସରପ୍ରାପ୍ତ କର୍ମଚାରୀ ମୋ ଅଜଣାତରେ ଅଫିସ କୁ ଆସିଥିବା ନେଇ ସଫେଇ ଦେଇଛନ୍ତି । କେନ୍ଦ୍ରାପଡା ରୁ ସୁନୀଲ ମହାପାତ୍ରଙ୍କ ସହ ବଳରାମ ବେହେରା ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More