କଟକ ( ସଂଘର୍ଷ ମିଡିଆ ) : ନୁଆବର୍ଷରେ ଦର୍ଶକଙ୍କୁ ଭେଟିଦେବା ପାଇଁ ଆସୁଛି ନୂଆ ଓଡିଆ ଫିଲ୍ମ ‘ହମ୍ କିସି ସେ କମ୍ ନେହିଁ’। ଫିଲ୍ମ ର ଶୁଭ ମହୁରତ ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମ ରେ ବିଶେଷ କରି ପାରିବାରିକ ସମସ୍ୟା ଠୁ ଆରମ୍ଭ କରି ଜୀବନ ଜୀବିକା ପର୍ଯ୍ୟନ୍ତ କାହାଣୀର ରୂପରେଖ ଦିଆଯାଇଛି। ଆଉ ପ୍ରେମ ଓ ଭରପୁର୍ କମେଡି ମଧ୍ୟ ରହିଛି। ଫିଲ୍ମରେ ତିନି ତିନି ଟି ହିରୋ ଓ ହିରୋଇନ ଦେଖିବାକୁ ପାଇବେ ଦର୍ଶକ। ଆଉ ୬ ଜଣ କଳାକାର ନବାଗତ ଓ ନବାଗତକୁ ନେଇ ନିର୍ମାଣ କରାଯାଉଛି ଏହି ଫିଲ୍ମି। ଅଲଗା ଅଲଗା ଭୂମିକାରେ ଅଭିନୟ କରିଛନ୍ତି ୬ ଜଣ କଳାକାର। ତେବେ ନିଜ ଅଭିନୟରେ ଦର୍ଶକ ନିଶ୍ଚିତରୁପେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନବାଗତ ହିରୋ ଓ ହିରୋଇନ। କ୍ରିଷ୍ଣା ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଓଡିଆ ଫିଲ୍ମ ରେ ବହୁ ବରିଷ୍ଠ କଳାକାର ଅଭିନୟ କରିଛନ୍ତି। ଆଉ ବହୁ କୁନି କଳାକାର ଙ୍କ ସହ ନୂଆ ନୂଆ ପ୍ରତିଭା କାଳକାରମାନଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି ନିର୍ଦ୍ଦେଶକ ଟି.ଗଣେଶ। ତେବେ ଏହି ଫିଲ୍ମ ମାଧ୍ୟମରେ ସମାଜକୁ ଅନେକ କିଛି ସନ୍ଦେସ ଦିଆଯାଇଥିବା କହିଛନ୍ତି ନିର୍ଦ୍ଦେଶକ। କାହାଣୀ, ସଂଳାପ ଓ ନିର୍ଦ୍ଦୈଶନା ଟି.ଗଣେଶ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଏସ୍ ଚନ୍ଦ୍ରକାନ୍ତ ତୁଲାଇଛନ୍ତି। ତେବେ ଓଡିଶାର ସୁନାମଧ୍ୟନ୍ୟ କଣ୍ଠଶିଳ୍ପୀ ମାନେ ଏହି ଫିଲ୍ମ ରେ କଣ୍ଠଦାନ କରିଥିବା ବେଳେ ବରିଷ୍ଠ ଅଭିନେତା ରବି ମିଶ୍ର, ସରୋଜ ଦାସ ପ୍ରମୁଖ ଆଗଧାଡିର କଳାକାର ମାନେ ଅଭିନୟ କରିଛନ୍ତି। ଫିଲ୍ମ ର ସୁଟିଂ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବେଳେ ଫିଲ୍ମ ହଲ୍ ଖୋଲିଗଲେ ମାସେ ଦୁଇ ମାସ ମଧ୍ୟରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ଫିଲ୍ମକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ଫିଲ୍ମ ରିଲିଜ୍ ପରେ ହିଁ ଜଣାପଡିବ। ଅନ୍ୟପକ୍ଷରେ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ଆଶା ରଖିଛି ଫିଲ୍ମ ର ପୁରା ୟୁନିଟ୍। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।
Get real time updates directly on you device, subscribe now.
Prev Post
ପାରାଦୀପରେ ଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମାଲିକାନା ବଦଳାଇବା ସହିତ କମ୍ପାନୀ ନାମ ପରିବର୍ତ୍ତନ ଅଭିଯୋଗ
Next Post