ନିସ୍ତୁକ ମାଡ଼ ମାରିଲେ, ପାଣି ବଦଳରେ ପରିସ୍ରା ପିଆଇଲେ ନୃଶଂସ

16

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଞ୍ଚାୟତ ଥଇଥାନ ଗ୍ରାମରେ ଘଟିଛି ଅତି ନିର୍ମମ ଓ ନିନ୍ଦନୀୟ ଘଟଣା। ଗତ ତା୧ରିଖ ଗୁରୁବାର ରାତ୍ରି ପ୍ରାୟ ୧୦ଟା ସମୟରେ ବାବୁରାମ ବେହେରାଙ୍କ କବାଟକୁ ବାଡେଇ ଡାକିଥିଲେ ସେହି ଗ୍ରାମର ଦୁଇ ଯୁବକ। ସେହି ଗ୍ରାମର ଦୁଇ ଜୁବକ ଶିବୁନି ରାଉତ, ବିଚିତ୍ର ଲେଙ୍କାଙ୍କ ସହିତ ଗୁପ୍ତି ଗ୍ରାମର ଅଭିମନ୍ୟୁ ଦଳାଇ ଥିଲେ ସେହି ଘଟଣାରେ । ବାବୁରାମ ନିଦରୁ ଉଠି କବାଟ ଖୋଲିବାରୁ ସେହି ତିନିଜଣ ଜୁବକ ବାବୁରାମଙ୍କୁ ଜୋର ଜବରଦସ୍ତ ନେଇଥିଲେ ପାଖ ନଦୀପଠା ନିକଟକୁ। ବାବୁରାମ କିଛି ବୁଝିବା ପୂର୍ବରୁ ବାବୁରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାବୁରାମ ବହୁତ ଡରିଯାଇ ପାଣି ମାଗିଥିଲେ। ସେହି ତିନି ଅମାନୁଷିକ ମାନେ ପାଣିବଦଳରେ ଏକ ଖାଲି ବୋତଲରେ ନିଜେ ପରିସ୍ରା କରିଥିଲେ ପରେ ବାବୁରାମଙ୍କୁ ଯୋର୍ ଜବରଦସ୍ତ ପରିସ୍ରା ପିଆଇଥିଲେ।ସେଠାରୁ ବାବୁରାମ ଦୈଡି ପଳାଇ ବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଗୋଡାଇ ଗୋଡାଇ ବାବୁରାମକୁ ଆହୁରି ନିର୍ମମ ମାଡ଼ ମାରିଥିଲେ ଯାହା ଫଳରେ ବାବୁରାମଙ୍କ ଚେତା ଉଡିଯାଇଥିବା ଦେଖି ତିନି ଜଣ ପଳାଇ ଜାଇ ବାବୁରାମଙ୍କ ଘରେ ପହଞ୍ଚି ପିତା ସାମ ବେହେରା ଓ ଭଉଣୀଙ୍କୁ ମଧ୍ୟ ମାରିଥିଲେ। ପର ଦିନ ସକାଳେ ବାବୁରାମ ଓ ତାଙ୍କ ପିତା ଥାନାକୁ ଯିବା ସମୟରେ ଶିବୁନିର ପିତା ଦିବାକର ରାଉତ ଓ ଗ୍ରାମର କିଛି ଭଦ୍ରଲୋକ ମାନେ କହିଥିଲେ ଆମ ଗ୍ରାମରେ ସମାଧାନ କରିଦେବା ତାପରେ ଗ୍ରାମର କିଛି ଭଦ୍ରଲୋକ ମାନେ ବସି ଜାହା ସମାଧାନ କଲେ ସେ କଥାକୁ ଫାଙ୍କି ଦେଇଥିଲା। ସମାଧାନ ନହେବାରୁ ବାବୁରାମ ରାଜନଗର ଥାନାରେ ଏତଲା ଦେଇଥିଲେ କିନ୍ତୁ ଏ ଜାଏ ବାବୁରାମ ଙ୍କ ଦୁଃଖ ବା ଗୁହାରି ନ ବୁଝିବାରୁ ମଙ୍ଗଳ ବାର ଦିନ ବାବୁରାମ ଥାନାକୁ ଆସି ପଚାରିବାରୁ ରାଜନଗର ପୋଲିସ କହିଥିଲେ ଆଉ ଗୋଟିଏ ଏତଲା ଦିଅ। କଣ କରିବ ନିରିହ ଦୁଃଖି ଗରିବ ବାବୁରାମ ଆଜି ଆଉ ଏକ ଏତଲା ଦେଇ ଅଟୋରେ ଘରକୁ ଗଲା। ଏଠାରେ ଦେଖିବାକୁ ବାକି ରହିଲା ରାଜନଗର ଆଇଆଇସି କଣ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ଗରିବ ଏତଲା ଲେଖା ଜାଣିନଥିବା ବ୍ୟକ୍ତି ଏତଲା ଲେଖା ବାବଦ ଦୁଇଥର ୨୦୦ଟଙ୍କା ଦିଏ ଓ ଗାଁ ରୁ ଅଟୋ ଯୋଗେ ଜଦି ଥାନାକୁ ଦସଥର ଆସେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଏତଲା କାରିମାନଙ୍କର ଦୁଖ କେବେ ପୋଲିସ ଭାବିଚି କି? ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More