ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଥାନା ଅଧିନସ୍ଥ ସାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ବାଡେଇ ବାଡେଇ ମାରିଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ ମାଳିତୋଟା ଗ୍ରାମର ସାରଦା ଆଚାର୍ଯ୍ୟ ଆଜି ନିଶାସକ୍ତ ଅବସ୍ଥାରେ ନିଜସ୍ତ୍ରୀ ପିଙ୍କି ଆଚାର୍ଯ୍ୟକୁ ଚାହା କରିବାକୁ କହିଥିଲେ।ସେ ଚାହା ନକରିବାରୁ ଏକ କାଠଫଳିଆ ସାହାଯ୍ୟରେ ପିଙ୍କିକୁ ବାଡେଇ ମାରିଥିବା ତାର ୨ଟୀ କୁନିପିଲା ସମସ୍ତଙ୍କୁ କହିଥିଲେ।ସାରଦା ଆଚାର୍ଯ୍ୟ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ଖାଏ ଯାହାକି ରୋଜଗାର କରେନାହି ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।ବାରମ୍ବାର ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ବୋଲି ସେଠାରେ ଲୋକମାନେ କହିଛନ୍ତି ।ପିଙ୍କିର ୨ଟି ଛୋଟ ପିଲା ଯଥା ଜଣେ 5ବର୍ଷ ଓ ଅନ୍ୟଜଣେ 3ବର୍ଷର ଝିଅଟେ ଅଛି।ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି।ତେବେ ଜଗତସିଂହପୁର ପୋଲିସଘାତନ ସ୍ଥଳରେ ପହଞ୍ଚି ସ୍ୱାମୀ ସାରଦା ଅଚର୍ଯ୍ୟକୁ ଗିରଫ କରିବା ସହ ଶବକୁ ଜବତ କରିଥିବା ଜଣାପଡିଛି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ।