କଟକ ( ସଂଘର୍ଷ ମିଡିଆ ): କଟକ ଜିଲ୍ଲା ହରିଆନ୍ତା ପଞ୍ଚାୟତ ମହୁରା ଗ୍ରାମରେ ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ସୌମେନ୍ଦ୍ର କୁମାର ଦାସଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଆଜି କଟକ ସଦର (ଆଇଆଇସି)ଙ୍କ ଉପସ୍ଥିତିରେ ଧାନ ବିଲରୁ ଶବ ଉଦ୍ଧାର କରାଗଲା।ପରିବାର ତରଫରୁ କଟକ ସଦର ଥାନାରେ କେସ ଦାୟର କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ଭୋଇ, ୱାର୍ଡ ମେମ୍ବର କାଳନ୍ଦୀ ସାମଲ, ସମିତି ସଭ୍ୟ ବାବୁଲି ସାମଲ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଶବକୁ ବ୍ୟବଛେଦ ପାଇଁ ପଠା ଯାଇଛି। ଗ୍ରାମବାସୀଙ୍କ ଅନୁରୋଧ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେଇ ଗ୍ରାମବାସୀଙ୍କୁ ଓ ସୌମେନ୍ଦ୍ରଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । କଣ୍ଟାପଡାରୁ କ୍ୟାମେରାମାନ ରାଜକିଶୋର ଦାସ ଓ ରିପୋର୍ଟେର ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।