କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ପଂଚାୟତ ,କେନ୍ଦ୍ର ସରକାରଙ୍କ ଏମଜିଏନଆରଜିଏସ କାର୍ଯ୍ୟରେ ସାଧାରଣ ଲୋକେ ବାର୍ଷିକ 100 ଦିନର କାମ ପାଇବା ପାଇଁ ଯୋଜନା ଥିଲା ବେଳେ ଲୋକେ କାମ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ,କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ନାହାଳପୁର ପଂଚାୟତରେ।ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ନିରୂପମା ଜେନା ଓ ସମିତିସଭ୍ୟ ପ୍ରିୟବ୍ରତ ବେଉରା ନାହାଳପୁର ପଂଚାୟତ ର ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନାରେ ସାମିଲ ହେବାପାଇଁ।ସମିତିସଭ୍ୟ ପ୍ରିୟବ୍ରତ ବେଉରା ନାହାଳପୁର ଠାରେ ଜଝଙ୍ଗା କେନାଲ ସଫେଇ ପାଇଁ ପୂଜାର୍ଚ୍ଚନା କରି ନିଜେ କୋଦାଳ ଧରି ଲୋକଙ୍କ ସଫେଇରେ ସାମିଲ ହୋଇ ସମାଜକୁ ଆହ୍ୱାନ ଦେଇଥିଲେ କି କେନ୍ଦ୍ର ସରକାରଙ୍କ ଏମଜିଏନଆରଜିଏସ ଯୋଜନାଟିକୁ ସଫଳ କରିବା ପାଇଁ।ପଂଚାୟତର ଜବକାର୍ଡ଼ଧାରୀ ସାଧାରଣ ଶ୍ରମିକଶ୍ରେଣୀର ଲୋକମାନେ ସାମିଲ ହୋଇ ସଫେଇ କାର୍ୟ୍ଯ କରିଥିଲେ।ନାହାଳପୁର ଗ୍ରାମର ଗ୍ରାମସାଥୀ ସୁମନ୍ତ କୁମାର ନାୟକ ଉପସ୍ଥିତ ଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ .