ନାବାଳିକା ଝିଅଙ୍କୁ ଅପହରଣ ନେଇ ପୀଡ଼ିତାଙ୍କ ମାର ବାଲିକୁଦା ଥାନା ଆଗରେ ଧାରଣା

26

Get real time updates directly on you device, subscribe now.

ବାଲିକୁଦା ( ସଂଘର୍ଷ ମିଡିଆ ) : ବାଲିକୁଦା ଥାନାଓ ଅନନ୍ତ ପୁର ଫାଣ୍ଡିରେ ନ୍ୟାୟ ମିଳୁନି,ଏସପିଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା ଦେଲେ ପୀଡ଼ିତାଙ୍କ ମା । ସୂଚନାନୁଯାୟୀ , ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଂଚଳର ଜଣେ ନାବାଳିକା ଝିଅଙ୍କୁ ଅପହରଣ ନେଇ ବାଲିକୁଦା ଥାନା ଓ ଅନନ୍ତପୁର ଫାଣ୍ଡିରେ ଗତ୩୧ତାରିଖରେ ଅଭିଯୋଗ ହୋଇଥିଲା। ଅଭିଯୋଗର ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ବାଲିକୁଦା ପୋଲିସ ଉକ୍ତ ନାବାଳିକା ଝିଅକୁ ଉଦ୍ଧାର କରିପାରି ନାହଁ। ତେଣୁ ଝିଅର ମା ଲକ୍ଷ୍ମୀପ୍ରିୟା ବିଶ୍ଵାଳ ଆଜି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ନାବାଳିକା ଝିଅର ମା କହିବା ଅନୁସାରେ ତାଙ୍କର ବନ୍ଧୁ ଘରେ ଝିଅ ରହି ପାଠ ପଢୁ ଥିଲା। ତାଙ୍କ ନାବାଳିକା ଝିଅକୁ ଜଣେ ଅସାମାଜିକ ଯୁବକ ଅପହରଣ କରି ନେଇ କୁଆଡେ ଲୁଚାଇ ରଖିଛନ୍ତି। ଏପରିକି ଝିଅକୁ ମାରିଦେବାର ଧମକ ମିଳୁଛି। ବାଲିକୁଦା ପୋଲିସ ଓ ଅନନ୍ତପୁର ଫାଣ୍ଡି ଅଧିକାରୀ ଅପହରଣ କାରୀଙ୍କ ସହ ଭିତିରି ବୁଝା ମୁଣା କରି ଆମ ଉପରେ ଅନନ୍ତପୁର ଫାଣ୍ଡି ଅଧିକାରୀ କମ୍ପରମାଇଜ କରିବାକୁ ବାଧ୍ୟ କରୁଛନ୍ତି।ତେବେ ଆଜି ଝିଅର ମାଆ ନିଜ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଗୁହାରୀ କରିବା ସହ ଧାରଣାରେ ବସିଥିଲେ।ତେବେ ଧାରଣାରେ ବସିଥିବା ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଥିଲେ ଦୁଇଦିନ ଭିତରେ ନାବାଳିକା ଝିଅକୁ ଉଦ୍ଧାର କରି ତୁମକୁ ଦିଆଯିବାର ପ୍ରତୁଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More