ରାଉରକେଲା ( ସଂଘର୍ଷ ମିଡିଆ ) : ମହିଳା ଦଲାଲ ସକ୍ରୀୟ ହୋଇଛନ୍ତି ପୁଣି ରାଉରକେଲା ସହରରେ । କିଛି ଅର୍ଥ ଆଶାରେ ନାବାଳିକା ମାନଙ୍କୁ ଅପହରଣ କରିବାରେ ଓ ଅନ୍ୟତ୍ର ବିକ୍ରି କରିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି କେତେକ ମହିଳା ଦଲାଲ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ସେକ୍ଟର–୨୧ ସଂଲଗ୍ନ ନୟାବଜାର ଅଞ୍ଚଳରେ । ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଛନ୍ତି ସଙ୍ଗୀତା ରାଓ ନୟାବଜାର ବାସୀନ୍ଦା । ତାଙ୍କ ୧୪ ବର୍ଷିୟା ନାବାଳିକା ଭଉଣି ଗତ ୨୮ ତାରିଖ କେଉଁ ଆଡେ ନିଖୋଜ ହୋଇଛି ଅଥବା ତାକୁ କେହି ଅପହରଣ କରିନେଇଛି । ଅଭିଯୋଗ ପାଇବା କ୍ଷଣି ସଙ୍ଗେସଙ୍ଗେ ପ୍ଲାଣ୍ଟସାଇଟ ପୋଲିଶ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲେ ଯେ ନୟାବଜାର ଅଞ୍ଚଳର ମହିଳା ଗୁରୁବାରୀ ପୁର୍ତ୍ତି (୨୭) ଜନୈକ ନାବାଳିକାକୁ ଅପହରଣ କରି ଉତ୍କଳ ଏକ୍ସପ୍ରେସ ରେଳରେ ନୂଆ ଦିଲ୍ଲି ନେଇଯାଉଛି । ଏହା ଯାଣିବା ପରେ ତତକ୍ଷଣାତ ଜାମସେଦପୁର ରେଳବାଇ କଣ୍ଟ୍ରୋଲରୂମକୁ ଯୋଗାଯୋଗ କରି ସଂପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇବାପରେ ରେଳବାଇର ସ୍ପେସାଲ ସ୍କ୍ବାର୍ଡ ତତକ୍ଷଣାତ ତନାଘନା ତଦନ୍ତ କରି ଉତ୍ତର ପ୍ରଦେଶର ଅନୁପୁର ସ୍ଥିତ ରେଳବାଇ ଷ୍ଟେସନ ନିକଟରେ ରେଳରୁ ନାବାଳିକାକୁ ଉଦ୍ଧାର କରି ରଖିଥିଲେ ରେଳବାଇ ପୋଲିଶ । ଖବର ପାଇ ପ୍ଲାଣ୍ଟସାଇଟ ପୋଲିଶ ନାବାଳିକା ଅପହରଣ ମାମଲାକୁ ବିଶେଷ ଦୃଷ୍ଟି ଦେଇ ଏମପିର ଅନୁପୁର ରେଳଷ୍ଟେସନରେ ପହଞ୍ଚି ରେଳବାଇ ପୋଲିଶ ଦ୍ବାରା ଉଦ୍ଧାର ହୋଇଥିବା ନାବାଳିକାକୁ ଆଣି ଡାକ୍ତରୀ ମାଇନା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ସଂପୃକ୍ତ ମହିଳା ଦଲାଲ ନୟାବଜାର ବାସୀନ୍ଦା ତଥା ନାବାଳିକା ଅପହରଣ ଘଟଣାର ଅଭିଯୁକ୍ତ ଗୁରୁବାରୀ ପୁର୍ତ୍ତୀକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ମାମଲା ପ୍ରତି ରାଉରକେଲା ସହରବାସୀ ଉପଯୁକ୍ତ ଧ୍ୟାନ ଦେଇ ନିଜର କନ୍ୟା ସନ୍ତାନ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ ଓ ତାଙ୍କର ସୁରକ୍ଷା ବ୍ୟବସ୍ଥାର ଉଚିତ ଚିନ୍ତା କରିବେ ବୋଲି ବୁଦ୍ଧିଜିବୀ ମହଲ ଆଶା କରୁଛି ।