ପୁରୀ ସହର ଟ୍ରଫିକ ପୋଲିସ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପକ୍ଷରୁ ଟ୍ରାଫିକ କଟକଣା କୁ ନେଇ ବିଶେଷ ତତ୍ପରତା ପ୍ରକାଶ ପାଇଛି । ସହରରେ ବେଆଇନ ଭାବେ ଗାଡ଼ି ଚଳାଇବା ଅଭିଯୋଗ ରେ ନାବାଳକ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ପୁଣି ଜଣେ ନାବାଳକ ଙ୍କୁ ବେଆଇନ ଗାଡି ଚଳାଇବା ଅଭିଯୋଗ ରେ ଧରାଯାଇଥିବା ବେଳେ ତାକୁ 35 ହଜାର ଟଙ୍କା ଫାଇନ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲେନ ର ଜୈନକ ନାବାଳକ ଡ଼କ୍ତର ଖାନା ଛକ ଦେଇ ଯାଉଥିଲେ। ଏହି ସମୟ ରେ ଟ୍ରାଫିକ ଏ ଏସ ଆଇ ବିଜୟ ପାଇକ ରାୟ ନାବାଳକ କୁ ଅଟକାଇ ପଚରା ଉଚରା କରିବା ରେ ସେ ଜଣେ ନା ବାଳକ ହୋଇ ଥିବା ବେଳେ ବେଆଇନ ଭାବେ ଗାଡିଚଳାଉ ଥିବା ଜଣା ପଡିଥିଲା। ଗାଡି କୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ର ଏ ଏସ ଆଇ ସୁଶାନ୍ତ ପାତ୍ର ଙ୍କ ଜିମା ଦେଇଥିଲେ। ସେ ଗାଡି କୁ ଜବତ କରିବା ସହିତ ଜରିମାନା ବାବଦ ରେ 35 ହଜାର ଟଙ୍କା ଦେବା ପରେ ହିଁ ଗାଡି ଫେରି ପାଇବେ ବୋଲି ଜଣାପଡିଛି ।