ନରେନ୍ଦ୍ରଙ୍କୁ କେବେ ମିଳିବ ଆବାସ ଯୋଜନାରେ ପକାଘର ?

28

Get real time updates directly on you device, subscribe now.

ଜଗତ୍ସିଂହପୁର ( ସଂଘର୍ଷ ମିଡିଆ ) : ଜଗତ୍ସିଂହପୁର ଥାନା ଅନ୍ତର୍ଗତ ତୁମ୍ଭା ଅଣ୍ଡେଈ ସାହି ଗ୍ରାମ ପଞ୍ଚାୟତର ସାଇଣ୍ଟୋ ଗ୍ରାମର ନରେନ୍ଦ୍ର ନାୟକଙ୍କୁ ଆବାସ ଯୋଜନାରେ ପକାଗୃହଖଣ୍ଡେ ପାଇଁ ବାରମ୍ବାର ଦୌଡି ଦୌଡି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି।ନରେନ୍ଦ୍ରନାୟକଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ସରପଞ୍ଚ ଆବାସ ଗୃହ ଦେବେ ବୋଲି ଆଜିକୁ ପ୍ରାୟ ୩ ବର୍ଷ ହେବ ବାରମ୍ବାର ଦଉଡାଉ ଛନ୍ତି।ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲେ ମଧ୍ୟ ଚାଳ ଘର ବଖରାରେ କଟୁଛି ଜୀବନ। ସେଇ ବଖରାଏ ଘରେ ନିଜେ ସ୍ଵାମୀ ସ୍ତ୍ରୀ ରହିବା ସହିତ ରୋଷେଇ ମଧ୍ଯ ସେଇ ଘରେ କରନ୍ତି. ଫୋନି ବାତ୍ୟା ରେ ତାଙ୍କ ଘର ଭାଙ୍ଗିଯାଇଥିବା ରୁ ସରପଞ୍ଚ ଙ୍କ ତରଫରୁ ମିଳିଥିଲା ଖଣ୍ଡିଏ ପଲିଥିନ୍ ତା ପୁଣି ୩ମାସ ଦୌଡ଼ିବା ପରେ । ନରେନ୍ଦ୍ର ନାୟକଙ୍କ କହିବା ଅନୁଯାୟୀ ସେ ଆଜିକୁ ୩ବର୍ଷ ହେବ ସରପଞ୍ଚଙ୍କ ପାଖକୁ ଗଲେ ମଧ୍ୟ ସରପଞ୍ଚ ତାଙ୍କୁ ଦେଖିଲେ ହଁ ହଁ କହି ଚାଲି ଯାଉଛନ୍ତି । ଏହାର କାରଣ କଣ ଜଣାପଡୁ ନାହଁ। ଯଦି ୩ ବର୍ଷ ହେଲାଣି ହଁ ମିଳିବ କହୁଛନ୍ତି ତାହେଲେ ମିଳିବ କେବେ ? ପ୍ରଶ୍ନ ଉଠୁଛି ଯେ ରାଜନୈତିକ ଭିତିକ ମନୋଭାବ ପୋଷଣ କରି ସରପଞ୍ଚ ବନ୍ଦ କରିଛନ୍ତି କି ତାଙ୍କ ଘର ? ଯଦି ନାଁ ତାହେଲେ କେବେ ପାଇବେ ନରେନ୍ଦ୍ର ନାୟକ ଘର ଏମିତି ଅନେକ ପ୍ରଶ୍ନବାଚୀ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି।ଆସନ୍ତୁ ଶୁଣିବା ନରେନ୍ଦ୍ର ନାୟକ ଓ ପ୍ରିୟା ନାୟକ କଣ କହୁଛନ୍ତି।ତେବେ ତଦନ୍ତ କରାଯାଇ ନରେନ୍ଦ୍ରଙ୍କ ପରିବାରକୁ ଆବାସ ଯୋଜନାରେ ପକାଘର ଖଣ୍ଡେ ଯୋଗାଇଦେବାକୁ ସ୍ଥାନିୟ ଅଂଚଳରେ ଦାବି ହୋଇଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ସହ ସୂର୍ଯ୍ୟକାନ୍ତ ବେଉରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More