ନରସିଂହପୁର ଅଂଚଳରୁ ୯ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଲେ

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳର ପଞ୍ଚଷଠି ଜଣ କରୋନା ଆକ୍ରାନ୍ତ ଅଶ୍ୱିନୀ କୋଭିଡହସ୍ପିଟାଲ ରେ ଚିକିତ୍ସା ହେଉଥିବା ଆକ୍ରାନ୍ତଙ୍କ ଭିତରୁ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ନରସିଂହପୁର ବ୍ଲକସମୁଖରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ ବିଡ଼ିଓ ରଞ୍ଜନ ସ୍ୱାଇଁ ଓ ନରସିଂହ ପୁର ସାମ୍ବାଦିକ ସଂଘ ର ଉପ ସଭପତି ସୁରେଶ୍ କୁମାର ମହାନ୍ତି ସେମାନଙ୍କୁ ଫୁଲତୋଡ଼ା ଓ ଗୋଟିଏ ଲେଖାଏଁ ଗଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଘରେ ସାତଦିନ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷାକରି ନିଜକୁ ଏବଂ ନିଜ ଗାଁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀଯୁକ୍ତ ମିଶ୍ର ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More