ନବରଙ୍ଗପୁର ଜିଲା ପ୍ରଶାସନ ତରଫରୁ ମାସ୍କ ଚେକିଙ୍ଗ ଆରମ୍ଭ

52

Get real time updates directly on you device, subscribe now.

ନବରଂଗପୁର ( ସଂଘର୍ଷ ମିଡିଆ ) ; ନବରଙ୍ଗପୁର ଟାଉନ ବିଭିନ୍ନ ମେଡିକାଲ ଷ୍ଟୋର ମାନଙ୍କ ରେ ମାସ୍କ ଚେକିଙ୍ଗ କରିବା ସହ ଅଧିକ ଦରରେ ଯେଉଁମାନେ ବିକ୍ରି କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସପି ନିତିସ କୁଶଳ କର, ତାହାସିଲ ଦାର ଶ୍ରୀ ରାଉତ, ଆଇଆଇସି ତାରିକ୍ ହାସନ, ସବ କଲେକ୍ଟର ଭାସ୍କର ରାଇତ,ଏସ.ଆଇ ଅଶୋକ ଦେଓ, ଆମର ମିଶ୍ର, ସମେତ ପୋଲିସ ଅଧିକାରୀ ରହି ଚଢାଉ କରିବା ସହ ସୋଚତନତା କରାଇଥିଲେ।ସାହି ଛକ ଗୁଡିକ ରେ ଗହଳି ନରହିବା ପାଇଁ ପରାମର୍ଶ ଦେଇଥିଲେ । ସାହି ଛକ ରେ ଗହଳି କରନ୍ତୁ ନାହିଁ। ମାସ୍କ ଠିକ ଦାମ ରେ ବିକ୍ରି କରନ୍ତୁ, ଅଧିକ ଧରରେ ବିକ୍ରି କରନ୍ତୁ ନାହିଁ ବୋଲ ସଚେତନ କରିବା ସହ କମ୍ପ୍ୟୁଟର ସେଣ୍ଟର, ଟିଉସନ, ସପିଙ୍ଗ ମହଲ, ସିନିମା ହଲ, ଏବଂ ବିଭିନ୍ନ ମନ୍ଦିର ରେ ପରିଦର୍ଶନରେ ଯାଇ ସଚେତନତା କରାଇ ଥିଲେ । ଖାସ କରି ସମସ୍ତ ଜନ ସାଧାରଣ ସତର୍କ ରହିବା ପାଇଁ ଜିଲା ପ୍ରଶାସନ ତରଫରୁ ବାରମ୍ବାର ସତର୍କ କରା ହେଉଛି । କାରଣ ଏହି ଭାଇରସ ର ମୁକାବିଲା କରିବା ପାଇଁ ସଚେତନତା ଏବଂ ସତର୍କତା ବର୍ତ୍ତମାନ ପାଇଁ ବଡ ପଦକ୍ଷେପ ଅଟେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More